‘ବିପଦ ସମୟରେ ସାହସ ଲୋଡ଼ା’

ଢେଙ୍କାନାଳ ଅଫିସ୍‌, ୧୦ା୪ – ଢେଙ୍କାନାଳ ସାନ୍ଧ୍ୟ କନିଷ୍ଠ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନଗୋବିନ୍ଦ ଗୋଚ୍ଛିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଅକ୍ଷୟ ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିପଦ ସମୟରେ ସାହସ ଏବଂ ଧୈର୍ଯ୍ୟ ଲୋଡ଼ା। ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଛାତ୍ରୀଙ୍କୁ ଏ କ୍ଷେତ୍ରରେ ମାନସିକ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ। ସଂଯୋଜକ ରତିକାନ୍ତ ସାହୁ, ଅଧ୍ୟାପକ ସୁଶାନ୍ତ ନାୟକ, ଦୁଃଶାସନ ପ୍ରଧାନ, ଅଜୟ ଦାଶ, ଅଧ୍ୟାପିକା ମନୋରମା ମଲ୍ଲିକ, ସୋନାଲି ମହାପାତ୍ର ସହଯୋଗ କରିଥିଲେ। ଟ୍ରେନର ପୂଜା ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ।