ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ କରୋନା ନିୟମ ମଧ୍ୟ ଉଲ୍ଲଂଘନ କରି ନାହାନ୍ତି।

ସୂଚନାଯୋଗ୍ୟ, କରୋନା ପ୍ରତିବନ୍ଧକ ଅନୁଯାୟୀ, ମାଲେସିଆରେ କେବଳ ୨୦ ଜଣଙ୍କୁ ବିବାହରେ ଯୋଗଦେବାକୁ ଅନୁମତି ମିଳିଥିଲା। ତେଣୁ ଏହି ଦମ୍ପତି ସେମାନଙ୍କ ବିବାହକୁ ‘ଡ୍ରାଇଭ ’ଇଭେଣ୍ଟରେ ପରିଣତ କରି ୧୦,୦୦୦ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଡ୍ରାଇଭ ଇଭେଣ୍ଟର ଅର୍ଥ ହେଉଛି, ଲୋକେ କାରରେ ଆସି ଇଭେଣ୍ଟ ନିକଟରେ ସେମାନଙ୍କ କାରକୁ ସ୍ଲୋ କରିବେ।

ବିବାହ ପରଦିନ ସକାଳେ ଏହି ଦମ୍ପତି ମାଲେସିଆର ପୁଟ୍ରାଜିଆରେ ଏକ ସରକାରୀ ଭବନ ସମ୍ମୁଖରେ ବସିଥିଲେ। ଏହି ସମୟରେ ଅତିଥିମାନେ ଆସି ସେମାନଙ୍କ କାରରୁ ଦେଖିଥିଲେ।
ତେବେ ବର ହେଉଛନ୍ତି ମାଲେସିଆର ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ରାଜନେତା ଟେଙ୍ଗୁକୁ ଅଦନାନଙ୍କ ପୁଅ ଟେଙ୍ଗୁକୁ ମହମ୍ମଦ ହାଫିଜ। କନ୍ୟାଙ୍କ ନାମ ହେଉଛି ଓସିଆନ ଏଲାଜିଆ ।

ଅଦନାନ ଫେସବୁକରେ ଶେୟାର କରିଛନ୍ତି, ସେଠାକୁ ସକାଳୁ ୧୦ ହଜାର କାର ଆସି ସାରିଥିବା ତାଙ୍କୁ କୁହା ଯାଇଥିଲା। କରୋନା ନିୟମ ପାଳନ କରି କାରରୁ ନ ଓହ୍ଲାଇ ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରାୟ ୩ ଘଣ୍ଟା ମଧ୍ୟରେ କାରରେ ୧୦ ହଜାର ଲୋକ ସେଠାରେ ପହଞ୍ଚିଥିଲେ। କାରରେ ଆସୁଥିବା ଅତିଥିମାନଙ୍କ ପାଇଁ ମଧ୍ୟ ରାତ୍ରିଭୋଜନ କରାଯାଇଥିଲା। ଏଥିପାଇଁ ଖାଦ୍ୟ ପୂର୍ବରୁ ପ୍ୟାକ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ସେକେଣ୍ଡରେ କ୍ୟୁବ୍‌ ସମାଧାନ କରି ରେକର୍ଡ

ବେଜିଂ: ପ୍ରତିଯୋଗିତାରେ ପ୍ରତିଟି ସେକେଣ୍ଡ ବହୁତ ମୂଲ୍ୟବାନ ହୋଇଥାଏ। ଯିଏ ଯେତେ କମ୍‌ ସମୟରେ ପ୍ରତିଯୋଗିତା ଶେଷ କରିଥାଏ, ସେ ହିଁ ଉତ୍ତୀର୍ଣ୍ଣ ହୁଏ। ଚାଇନାର...

ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର...

ଏହି ସେଓକୁ କୁହାଯାଏ ‘ବ୍ଲାକ୍‌ ଡାଏମଣ୍ଡ’; ଗୋଟିଏର ଦାମ୍‌ ୫୦୦ ଟଙ୍କା…!

ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କଳା ସେଓ ଚାଷ କରାଯାଇଥାଏ। ଏଠାରେ ଗୋଟିଏ ସେଓର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହୋଇଥାଏ। ମହଙ୍ଗା ବୋଲି...

ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…

ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ...

ଜୀବନକୁ ବାଜି ଲଗାଇ କୁକୁରଛୁଆକୁ ବଞ୍ଚାଇଲେ ବ୍ୟକ୍ତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି ।...

ବେଆଇନ ଅନୁପ୍ରବେଶ ନେଇ ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ବିଦା କଲା ମେକ୍ସିକୋ

ମେକ୍ସିକୋ,୧୮।୧୦: ବେଆଇନ ଭାବେ ଆମେରିକାରେ ପଶିବାକୁ ଯୋଜନା କରୁଥିବା ୩୧୧ଜଣ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଇଛି ମେକ୍ସିକୋ। ଭିସା ଏବଂ ସ୍ଥାୟୀ ରହଣୀ ପାଇଁ ଆବଶ୍ୟକ...

ଟ୍ରମ୍ପ୍‌ଙ୍କ ବିରୋଧରେ ନିମ୍ନ ସଦନ

ଓ୍ବାଶିଂଟନ୍‌, ୧୪ା୧: ପରାଜୟ ପରେ ବି କ୍ଷମତାମୋହ ଯୋଗୁ ଦଙ୍ଗା ଉସୁକାଇବା ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ମହାଭିଯୋଗ...

Advertisement
Archives

Model This Week