ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ କରୋନା ନିୟମ ମଧ୍ୟ ଉଲ୍ଲଂଘନ କରି ନାହାନ୍ତି।

ସୂଚନାଯୋଗ୍ୟ, କରୋନା ପ୍ରତିବନ୍ଧକ ଅନୁଯାୟୀ, ମାଲେସିଆରେ କେବଳ ୨୦ ଜଣଙ୍କୁ ବିବାହରେ ଯୋଗଦେବାକୁ ଅନୁମତି ମିଳିଥିଲା। ତେଣୁ ଏହି ଦମ୍ପତି ସେମାନଙ୍କ ବିବାହକୁ ‘ଡ୍ରାଇଭ ’ଇଭେଣ୍ଟରେ ପରିଣତ କରି ୧୦,୦୦୦ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଡ୍ରାଇଭ ଇଭେଣ୍ଟର ଅର୍ଥ ହେଉଛି, ଲୋକେ କାରରେ ଆସି ଇଭେଣ୍ଟ ନିକଟରେ ସେମାନଙ୍କ କାରକୁ ସ୍ଲୋ କରିବେ।

ବିବାହ ପରଦିନ ସକାଳେ ଏହି ଦମ୍ପତି ମାଲେସିଆର ପୁଟ୍ରାଜିଆରେ ଏକ ସରକାରୀ ଭବନ ସମ୍ମୁଖରେ ବସିଥିଲେ। ଏହି ସମୟରେ ଅତିଥିମାନେ ଆସି ସେମାନଙ୍କ କାରରୁ ଦେଖିଥିଲେ।
ତେବେ ବର ହେଉଛନ୍ତି ମାଲେସିଆର ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ରାଜନେତା ଟେଙ୍ଗୁକୁ ଅଦନାନଙ୍କ ପୁଅ ଟେଙ୍ଗୁକୁ ମହମ୍ମଦ ହାଫିଜ। କନ୍ୟାଙ୍କ ନାମ ହେଉଛି ଓସିଆନ ଏଲାଜିଆ ।

ଅଦନାନ ଫେସବୁକରେ ଶେୟାର କରିଛନ୍ତି, ସେଠାକୁ ସକାଳୁ ୧୦ ହଜାର କାର ଆସି ସାରିଥିବା ତାଙ୍କୁ କୁହା ଯାଇଥିଲା। କରୋନା ନିୟମ ପାଳନ କରି କାରରୁ ନ ଓହ୍ଲାଇ ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରାୟ ୩ ଘଣ୍ଟା ମଧ୍ୟରେ କାରରେ ୧୦ ହଜାର ଲୋକ ସେଠାରେ ପହଞ୍ଚିଥିଲେ। କାରରେ ଆସୁଥିବା ଅତିଥିମାନଙ୍କ ପାଇଁ ମଧ୍ୟ ରାତ୍ରିଭୋଜନ କରାଯାଇଥିଲା। ଏଥିପାଇଁ ଖାଦ୍ୟ ପୂର୍ବରୁ ପ୍ୟାକ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri