ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ ନୋଟରେ ସ୍ୱାମୀ ଲେଖିଛନ୍ତି ମୋ ପତ୍ନୀ ମଧୁମେହରେ ପୀଡ଼ିତ, ସମାଚାର ଚ୍ୟାନେଲରେ ଦେଖାଯାଉଛି କି କରୋନାରେ ସଂକ୍ରମିତ ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବେ ଓ ଏହାଦ୍ୱାରା ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯିବ । ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ତେଣୁ ଆମେ ଆତ୍ମହତ୍ୟା କରୁଛୁ । ମୃତକ ରମେଶ(୪୦) ଓ ଗୁନା ଆର୍ ସୁବର୍ଣ୍ଣା(୩୫) ବୋଲି ଚିହ୍ନଟ କରାଯାଇଛି । ଏହି ଦମ୍ପତି ମାଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଗତ ଏକ ସପ୍ତାହ ହେବ ଏମାନେ କରୋନାରେ ପୀଡିତ ହୋଇଥିଲେ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏମାନେ ପୋଲିସ କମିଶନର ଏନ୍ ଶଶି କୁମାରଙ୍କୁ ଏକ ଅଡିଓ ମେସେଜ୍ ଦେଇଥିଲେ । ଏଥିରେ ସେମାନେ କହିଥିଲେ କି ବ୍ଲାକ ଫଙ୍ଗସ ଡରରେ ଆମେ ଆତ୍ମହତ୍ୟା କରୁଛି । ଏହାପରେ ପୋଲିସ କମିଶନର ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାରଣ କରିବା ସହ ଗଣମାଧ୍ୟମକୁ ଏହି ଖବର ଦେଇ ସେମାନଙ୍କୁ ଖୋଜି ବାହାର କରିବାକୁ ଚେଷ୍ଟା କରିଥିଲେ । ଏମାନେ ସମସ୍ତେ ଆପାର୍ଟମେଣ୍ଟରେ ପହଞ୍ଚିବା ବେଳକୁ ଦମ୍ପତି ଆତ୍ମହତ୍ୟା କରି ସାରିଥିଲେ । ଡେଥ ନୋଟରେ କୁହାଯାଇଛି କି ଗୁନାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା ଯାହା ଫଳରେ ସେ କେବେ ମା’ ହୋଇ ପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ସେଥିପାଇଁ ସେ ପାଖ ପଡୋଶୀଙ୍କ ସହ ବେଶି ମିଳାମିଶା କରୁ ନ ଥିଲେ । କାରଣ ସେମାନେ ସନ୍ତାନ ବିଷୟରେ ତାଙ୍କୁ ପଚାରୁଥିଲେ । ଏଥିରେ ଆହୁରି ମଧ୍ୟ ଲେଖାଯାଇଛି କି ଆମେ ଅନୁରୋଧ କରୁଛୁ ଶରଣ ପମ୍ପବେଲ ଓ ସତ୍ୟଜିତ ସୁରଥକଲ ହିନ୍ଦୁ ରିତିନୀତି ଅନୁଯାୟୀ ଆମର ଅନ୍ତିମ ସଂସ୍କାର କରିବେ ଏଥିରେ ପୋଲିସ କମିଶନର ତାଙ୍କୁ ସହଯୋଗ କରିବେ । ଆଉ ଅନ୍ତିମ ସଂସ୍କାର ପାଇଁ ଆମେ ୧ ଲକ୍ଷ ଟଙ୍କା ରଖିଛୁ । ଏହାସହ ଘରର ଜିପିଷପତ୍ର ଗରିବଙ୍କ ମଧ୍ୟରେ ବାଣ୍ଟିଦେବେ । କାରଣ ଏହା ଆମର ମାତାପିତାଙ୍କର କାମରେ ଆସିବ ନାହିଁ । ପୋଲିସ କମିଶନର ଏନ୍ ଶଶି କୁମାର କହିଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ କାରଣ କର୍ନାଟକରେ ପ୍ରାୟ ୨୮ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri