Posted inଖେଳ

୨୭୮ ବଲ୍‌ ୩୭ ରନ୍‌ର ଇନିଂସ ଖେଳିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ତଥାପି ଦୁନିଆ କରୁଛି ସଲାମ୍‌

କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ ଧୀମା ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ସରେ କାଉଣ୍ଟି ଚାମ୍ପିଅନସିପରେ ହାମ୍ପସାୟର୍‌ ବିପକ୍ଷରେ ମ୍ୟାଚ ଡ୍ର କରିଥିଲେ। ଦି ରୋଜ ବୋଲ୍‌ ଗ୍ରାଉଣ୍ଡରେ ଦିନସାରା ବ୍ୟାଟିଂ କରି ଆମଲା ୨୭୮ ବଲରୁ ମାତ୍ର ୩୭ ରନରେ ଅପରାଜିତ ରହିଥିଲେ। ଦିନର ଖେଳ ଶେଷରେ ତାଙ୍କ ଦଳ ସରେ ୧୨୮ ରନ ସଂଗ୍ରହ କରିଥିଲା। ଆମଲାଙ୍କ ଅପରାଜିତ ୩୭ କେବଳ ଦଳକୁ ପରାଜୟରୁ ରକ୍ଷା କରିବାରେ ସାହାଯ୍ୟ କରି ନ ଥିଲା, ବରଂ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ମଧ୍ୟ ରେକର୍ଡ ସୃଷ୍ଟି ହୋଇଥିଲା। ସେ ୨୭୮ ବଲର ସମ୍ମୁଖୀନ ହୋଇଥିଲେ, ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦ରୁ କମ ସ୍କୋରରେ, ଜଣେ ବ୍ୟାଟ୍ସମ୍ୟାନ ଖେଳିଥିବା ସର୍ବାଧିକ ବଲ।
ଡାହାଣହାତୀ ବ୍ୟାଟ୍ସମ୍ୟାନ ଆମଲା ୬ ବର୍ଷ ପୂର୍ବେ ଭାରତ ବିପକ୍ଷରେ ୨୪୪ ବଲରେ ମାତ୍ର ୨୫ରନ ସଂଗ୍ରହ କରିଥିଲେ। ଏହି ସମୟରେ, ସେ ଅନ୍ୟ ପଟରୁ ଏବି ଡି ଭିଲିୟର୍ସଙ୍କ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଏହା ପରେ ଡି ଭିଲିୟର୍ସ ୨୯୭ ବଲରୁ ୪୩ ରନ ସ୍କୋର କରି ଦକ୍ଷିଣ ଆଫ୍ରିକାକୁ ପରାଜୟରୁ ରକ୍ଷା କରିଥିଲେ। ଷ୍ଟମ୍ପ ପରେ ଆମଲା କହିଛନ୍ତି ଯେ, ମୁଁ ମୋର ଇନିଂସକୁ ବହୁତ ଉପଭୋଗ କରିଛି। ଆମେ ଯୋଜନା କରିଥିଲୁ ଯେ ଆମେ ଯଥାସମ୍ଭବ ବଲ ଖେଳିବୁ। ଆମେ ଜାଣି ନ ଥିଲୁ ଯେ ମ୍ୟାଚର ଏହି ଫଳାଫଳ ବାହାରକୁ ଆସିବ। କିନ୍ତୁ ଆମେ ଆମର ପ୍ରଦର୍ଶନକୁ ନେଇ ଖୁସି। ଆମଲା ତାଙ୍କର ପ୍ରଥମ ୧୦୦ ବଲରେ ମାତ୍ର ୩ ରନ ସଂଗ୍ରହ କରିଥିଲେ। ଆମଲାଙ୍କ ଏହି ଇନିଂସକୁ ସାରା ବିଶ୍ୱରେ ମଧ୍ୟ ସଲାମ କରାଯାଉଛି। କାରଣ ଆମଲା ଦଳକୁ ପରାଜୟ ସ୍ଥିତିରୁ ରକ୍ଷା କରି ଏଭଳି ଇନିଂସ ଖେଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri