ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ ଦେଖିବ: ମୋଦି

ରାୟଗଡ଼ା,୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ ଭାରତର ସଂକଳ୍ପ ନେଇ ଆମେ କାର୍ଯ୍ୟ କରୁଛୁ। ୨୦୧୪ ରେ ଅନେକ ସ୍ବପ୍ନ ଦେଖି କାମ ଆରମ୍ଭ କରିଥିଲୁ। ତେଣୁ ଗତ ଏକ ଦଶକ ଭିତରେ ଅନେକ ପରିବର୍ତ୍ତନ ଘଟିଛି। ଏହାଦ୍ୱାରା ଦେଶର ଛବି ବଦଳିଛି। ତେବେ ଏହା ଆରମ୍ଭ ମାତ୍ର। ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ୍‌ ଦେଖିବ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ମାତ୍ର ୩୫ ପ୍ରତିଶତ ରେଳ ଲାଇନ୍‌ ବିଦ୍ୟୁତୀକରଣ ହୋଇଥିଲା। ଆଉ ଏବେ ଶତ ପ୍ରତିଶତ ଛୁଇଁବା ପାଇଁ କାମ ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଓଡ଼ିଶାର ବିକାଶ କ୍ଷେତ୍ରରେ ରାୟଗଡ଼ା ରେଳ ଡିଭିଜନ ସହାୟକ ହେବ। ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଏହି ନୂତନ ଡିଭିଜନାଲ ହେଡକ୍ୱାର୍ଟର୍ସ ସ୍ଥାପନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାୟଗଡ଼ା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାୟଗଡ଼ା ଆଧୁନିକ ଶିଳ୍ପର ହବ୍‌ ହେବ। ଏହି ଜିଲାରେ ୧ ଲକ୍ଷ ୫୦ହଜାର କୋଟି ଟଙ୍କା ଶିଳ୍ପ କ୍ଷେତ୍ରରେ ନିବେଶ ହେବାକୁ ଯାଉଛି। ଆଗାମୀ ଦିନରେ ଜିଲାରେ ଥିବା ଖଣିଜ ସମ୍ପଦର ଉପଯୋଗ କରି ଅନେକ ଶିଳ୍ପ ଗଢ଼ିଉଠିବ। ରାୟଗଡ଼ା ରେଳ ଡିଭିଜନ ଏଥିରେ ସମସ୍ତ ଆବଶ୍ୟକତା ପୂରଣ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓ ରେଳମନ୍ତ୍ରୀଙ୍କ ସହଯୋଗରେ ଚଳିତବର୍ଷ ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଧିକ ଫୋକସ୍‌ କରୁଥିବାରୁ ଗତ ୬ ମାସରେ ୩ ଥର ଆସିଛନ୍ତି। ଆସନ୍ତା ୮ ତାରିଖରେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଅସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି।

କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସରେ ଯୋଡ଼ିହୋଇ ଆକାଂକ୍ଷୀ ଜିଲା ପାଇଁ ରାୟଗଡ଼ା ରେଳ ଡିଭିଜନ ସ୍ଥାପନ ହୋଇଥିବା ସୂଚନା ଦେଇଛନ୍ତି। ରାୟଗଡ଼ା ରେଳ ଡିଭିଜନ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଜିଲା ସମେତ ଛତିଶଗଡ଼ର କିରଣ୍ଡୁଲ ପର୍ଯ୍ୟନ୍ତ ଅଞ୍ଚଳ ରହିବ ବୋଲି ସୂଚନା ଦିଆଯାଇଥିଲା। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂ ବିଟ୍ଟୁ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଆପଲାସ୍ବାମୀ କାଡ୍ରାକା ପ୍ରମୁଖ ମଞ୍ଚାସୀନ ରହି ନିଜର ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶାଖାପାଟଣା ଡିଆରଏମ୍‌ ମନୋଜ କୁମାର ସାହୁ, ଡିଆଇଜି ନୀତି ଶେଖର, ଜିଲାପାଳ ପାରୁଲ ପଟୱାରି, ଏସ୍‌ପି ସ୍ବାଥୀ ଏସ୍‌. କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri