ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି ଚାଲିଛି। ଦେଶୀ ମହୁଲି ମଦ ଚୋରା କାରବାର ଓ ଦେଶୀ ମଦ ପାଉଚ ଖୁଚୁରା ବ୍ୟବସାୟ ବଢିବାରେ ଲାଗିଛି। ସହରର ପ୍ରତି ଗଳିକନ୍ଦିରେ ବେଧଡ଼କ ଚାଲିଛି ଏହି କାରବାର। ଟ୍ରାଫିକ ଗେଟ୍‌ ବଜାରରୁ ଆରମ୍ଭ କରି ମାଲଗୋଦାମ, ତିଲିକାନଗର, ବନ୍ଧମୁଣ୍ଡା, ଗୋପବନ୍ଧୁପାଲି, ରେଲଓ୍ବେ କଲୋନୀ, ମଧୁସୂଦନପାଲି, ଇନ୍ଦିରା ନଗର, ଟିମ୍ବର କଲୋନୀ, ଗଙ୍ଗାଧରପାଲୀ, ସେକ୍ଟର-୨ ଖରିଆ ବାହାଳ ବସ୍ତି, ସେକ୍ଟର-୫ ଗୋଲଘର, କବି ସମ୍ରାଟପାଲି, ସୁଭାଷପାଲି, ତାରାତାରିଣୀପାଲୀ, ବାଗୁଡି ବସ୍ତି, ପାନପୋଷର ମଣିଲଲୋନୀ, ବାଂଲାଟୋଲୀ, ଦେଓଗାଁ, ବେଦବ୍ୟାସୀରେ ବ୍ୟାପକ ଦେଶୀ ମଦ କାରବାର ଚାଲିଛି।
ସୂଚନା ଅନୁସାରେ, ରାଉରକେଲା ଅବକାରୀ ଜିଲାର ବିରମିତ୍ରପୁର, ଜବାଘାଟ, କୋଇଡା, ରାଉରକେଲା, କୁଆଁରମୁଣ୍ଡା, ଡୁମେର୍ତା ଓ ବଣେଇ ଆଦି ୭ଟି ସ୍ଥାନରେ ପାଉଚ ମଦ ପ୍ରସ୍ତୁତି ଓ ବିକ୍ରି ପାଇଁ ଅନୁମତି ରହିଛି। ଉକ୍ତ ମଦଭାଟିଗୁଡିକରୁ ରାଉରକେଲା, କୁଆଁରମୁଣ୍ଡା ଓ ଡୁମେର୍ତା ମଦଭାଟି ୧୪ ମାସ ହେଲା ବନ୍ଦ ରହିଛି। ଏହାସତ୍ତ୍ୱେ ଏହି ଅଞ୍ଚଳରେ ପ୍ରବଳ ଦେଶୀ ପାଉଚ ମଦ ବିକ୍ରି ହେବା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ସୂଚନା ଅନୁସାରେ, ରାଉରକେଲା ଦେଶୀ ମଦଭାଟିର ମଦ କେବଳ ରାଉରକେଲାରେ ବିକ୍ରି ହେବା କଥା। କିନ୍ତୁ ଉକ୍ତ ମଦଭାଟି ବନ୍ଦ ରହିଥିବା ବେଳେ ସହରର ପ୍ରତି ଗଳିକନ୍ଦିରେ ଦେଶୀ ମଦ ବିକ୍ରି ହେଉଛି। ରାଉରକେଲା ସହରରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧିକୁ ନେଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ଇତିମଧ୍ୟରେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ତଥାପି ସହରରେ ବେଆଇନ ଦେଶୀମଦ କାରବାର ଚାଲିଛି। ଏ ନେଇ ରାଉରକେଲା ଅବକାରୀ ବିଭାଗ ଏସ୍‌ଆଇ ଶ୍ରୀଧର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ, ଅବକାରୀ ବିଭାଗ ନିୟମିତ ଏଭଳି ବେଆଇନ ଦେଶୀମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ସହରରେ ବେଆଇନ ଦେଶୀ ମଦ କାରବାର ଉପରେ ନଜର ରହିଛି। ଆଗକୁ ବେଆଇନ ମଦ କାରବାର ହେଉଥିବା ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢାଉ କରାଯିବ ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri