ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ। ଅପରାଧୀମାନେ ଏହାକୁ ସୁଯୋଗ ଭାବେ ନେଇ ଅର୍ଥ ଉପାର୍ଜନ କରିବା ପାଇଁ ିଫାଇଜର କମ୍ପାନୀ ନାମରେ ନକଲି ଟିକା ବଜାରକୁ ଛାଡ଼ୁଛନ୍ତିି। ମେକ୍ସିକୋ, ପୋଲାଣ୍ଡ ଆଦି ଦେଶରେ ଟିକାର ଜାଲ୍‌ ଭର୍ସନ ଉପଲବ୍ଧ ହେଉଥିବା ଫାଇଜର ମୁଖପାତ୍ର କହିଛନ୍ତି। ଏ ସମ୍ପର୍କରେ ସେ ସିବିଏସ୍‌ ମନିଓ୍ବାଚ୍‌କୁ ଇମେଲ୍‌ ଜରିଆରେ ଜଣାଇଛନ୍ତି।
ଟିକା ଜାଲ୍‌ ହେଉଥିବା ସମ୍ପର୍କରେ ପୂର୍ବରୁ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିବାବେଳେ ଫାଇଜର କମ୍ପାନୀ ଏହାକୁ ସ୍ପଷ୍ଟ କରିଛି। ମେକ୍ସିକୋରେ ଉପଲବ୍ଧ ଟିକାରେ ଜାଲ୍‌ ଲେବଲ୍‌ ଲଗାଯାଇଥିବାବେଳେ ପୋଲାଣ୍ଡରେ ମିଳୁଥିବା ଟିକା ଲୋଚାକୋଚା ଚର୍ମର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ କହିଛି। ଏହି ବେଆଇନ କାରବାର ରୋକିବା ପାଇଁ ଫାଇଜର କମ୍ପାନୀ ବିଭିନ୍ନ ଦେଶର ସରକାର, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଓ ଅନ୍ୟମାନଙ୍କ ସହ ଉଦ୍ୟମ ଚଳାଇଛି। ଅନ୍‌ଲାଇନରେ ଫାଇଜର ଟିକା ନ କିଣିବା ଲାଗି କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ସରକାରୀ ଟିକାକରଣ କେନ୍ଦ୍ର ଓ ସାର୍ଟିଫିକେଟପ୍ରାପ୍ତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଖରେ ନିରାପଦ ଓ ବୈଧ ଟିକା ଉପଲବ୍ଧ ବୋଲି କୁହାଯାଇଛି। ଇ-ବାଣିଜ୍ୟ ବା ଇଣ୍ଟରନେଟ ମାଧ୍ୟମରେ ବ୍ୟବସାୟ କାରବାର ସହଜ ହେଉଥିବାରୁ ଏହାର ଦ୍ରୁତ ବୃଦ୍ଧି ଘଟୁଛି। ଏଭଳି ପରିବେଶରେ ଟିକା ଏବଂ କୋଭିଡ୍‌ ଔଷଧ ଆଦିର ଜାଲିଆତି ଓ ବେଆଇନ କାରବାର ବଢ଼ିଚାଲିଥିବା ଫାଇଜର ମୁଖପାତ୍ର କହିଛନ୍ତି।
ଗତ ମାସରେ ଚାଇନା ଓ ଦକ୍ଷିଣ ଆଫ୍ରିକାର ଓ୍ବେର୍‌ହାଉସ୍‌ ଏବଂ କାରଖାନାରୁ ବିପୁଳ ପରିମାଣର ନକଲି ଫାଇଜର ଟିକା ଜବତ ହୋଇଥିଲା। ଏହି ଘଟଣାରେ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବା ଇଣ୍ଟରପୋଲ୍‌ କହିଛି। ନକଲି ଟିକାକୁ ନେଇ ଇଣ୍ଟରପୋଲ୍‌ ଏବଂ ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ତଦନ୍ତ କରିବା ସହ ଅନ୍‌ଲାଇନରେ କୋଭିଡ୍‌ ଟିକା ନ କିଣିବାକୁ ପରାମର୍ଶ ଦେଇଥିଲେ। ଅପରାଧୀ ସଂଗଠନଗୁଡ଼ିକ ଜାଲ୍‌ ଟିକା ପ୍ରସ୍ତୁତ କରି ଏହାକୁ ବଜାରକୁ ଛାଡ଼ୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଟିକା କରୋନା କବଳରୁ ସୁରକ୍ଷା ଦେବନାହିଁ, ବରଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। କାରଣ ଉକ୍ତ ଟିକାର କୌଣସି ପରୀକ୍ଷା କରାଯାଇ ନାହିଁ। ଟିକା ବ୍ୟବସାୟରେ ଅପରାଧୀ ସଂଗଠନର ସମ୍ପୃକ୍ତିକୁ ନେଇ ଗତମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିଥିଲା। ଉକ୍ତ ସଂଗଠନକୁ ମଧ୍ୟ ସେଭଳି ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri