୩ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ: ଜଣେ ଗିରଫ

କୋରାପୁଟ,୨୬।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ା ଥାନା ଅଞ୍ଚଳରୁ ବୁଧବାର ବିଳମ୍ବିତ ରାତ୍ରରେ ଏସ୍‌ଟିଏଫ ଦ୍ୱାରା ଜଣେ ବ୍ୟକ୍ତିଠାରୁ ୩ ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଘଟଣାରେ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେ ହେଲେ ଅନାମ ଖିଲ ନାମକ ଜଣେ ନକଲି ନୋଟ ବ୍ୟବସାୟୀ। ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ସୁନାବେଡା ପୋଲିସର ଏକ ଟିମ୍‌ ମିଳିତ ସହଯୋଗରେ ସେମିଳିଗୁଡା ବସଷ୍ଟାଣ୍ଡରୁ ସନ୍ଦେହଜନକ ସ୍ଥିତିରେ ଅନାମଙ୍କୁ ଗିରଫ କରିବା ସହ ତାଙ୍କଠାରୁ ନକଲି ନୋଟ୍‌ ଜବତ କରିଛି । ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ ,୫ ଶହ ଟଙ୍କିଆ ଓ ୨ ହଜାର ଟଙ୍କିଆ ନୋଟ ରହିଛି ।