କାଉନସିଲର ବୁଲିଲେ ହିଞ୍ଜିଳିକାଟୁ ଡାକ୍ତରଖାନା

ହିଞ୍ଜିଳିକାଟୁ,୧୪।୩(ଡି.ଏନ.ଏ): ହିଞ୍ଜିଳିକାଟୁ ପୌର ପରିଷଦର ଜଣେ ଭାଜପା କାଉନସିଲର, ୨ ଜଣ ସ୍ବାଧୀନ କାଉନସିଲରଙ୍କ ସହ ଜଣେ କଂଗ୍ରେସ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ପହଞ୍ଚି ଥିଲେ। ସେଠାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଖୋଳତାଡ଼ କରିବା ସହ ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଡାକ୍ତରଖାନାରେ ପାନୀୟ ଜଳ ସମସ୍ୟା, ଏକ୍ସରେ ମେସିନ ଅଚଳ ଥିବା ଏହି ଟିମ କହିଛନ୍ତି। କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଡାକ୍ତରଖାନା ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ବିଲ ଭୟରେ ପର୍ଯ୍ୟାପ୍ତ ଆଲୋକୀକରଣ ହେଉନଥିବା କହିଛନ୍ତି। ଦୈନିକ କର୍ମଚାରୀ ଓ ଡାକ୍ତରଙ୍କ ଉପସ୍ଥାପନ ତାଲିକାରେ ତୃଟି, ଶୌଚାଳୟ ସ୍ବଚ୍ଛତା ନଥିବା ଆଦି ଅଭିଯୋଗ କରିଛନ୍ତି। ରୋଗୀଙ୍କ ତୁଳନାରେ ଡାକ୍ତର କମ ଥିବା ଓ ଲୋକ ହନ୍ତସନ୍ତ ହେଉଥିବା କାଉନସିଲର ଟିମ ଅଭିଯୋଗ କରିଛନ୍ତି।
ଏହି ଟିମରେ ଭାଜପା କାଉନସିଲର ଯୁଧିଷ୍ଠିର ଦାଶ, ସ୍ବାଧୀନ କାଉନସିଲର ଅମୂଲ୍ୟ ସାହୁ, ଭିକା ବେହେରା ଉପସ୍ଥିତ ଥିଲେ। ସେହିପରି ଜଣେ କଂଗ୍ରେସ କାଉନସିଲରଙ୍କ ସ୍ବାମୀ ଓ ୨ ଜଣ ସ୍ବାଧୀନ କାଉନସିଲରଙ୍କ ସ୍ବାମୀ ୬ ଜଣିଆ ଟିମରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏ ନେଇ ମୁଖ୍ୟ ଚିକିତ୍ସାଧିକାରିଣୀ ଡାପ୍ରତିଭା ପାତ୍ର କହିଛନ୍ତି ଯେ, ଏକ୍ସରେ ମେଶିନ ଗତ ରାତିରୁ ଯାନ୍ତ୍ରିକ ତ୍ରୁଟି ହୋଇଛି ତାହାକୁ ସଜଡାଯିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅନ୍ୟ କିଛି ସମସ୍ୟା ସୃଷ୍ଟି ହେଲେ ତାହା ସଙ୍ଗେ ସଙ୍ଗେ ସମାଧାନ କରାଯାଉଛି। ଅନ୍ୟପକ୍ଷରେ ଡାକ୍ତରଖାନାର ଆକାଉଣ୍ଟାଣ୍ଟଙ୍କ ଉପରେ ଏହି କାଉନସିଲର ମାନେ ବାରମ୍ବାର ବିଭିନ୍ନ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ। ପୂର୍ବରୁ ଜଣେ କାଉନସିଲର ଆଉଟସୋର୍ସିଂ ସୁପରଭାଇଜର ଥିଲେ ବର୍ତ୍ତମାନ ସେ ଆଉ କାର୍ଯ୍ୟ କରୁନାହାନ୍ତି ବୋଲି ପାତ୍ର କହିଛନ୍ତି। ସୋମବାର ହିଞ୍ଜିଳିକାଟୁ ପୌର ପରିଷଦର ବିଜେଡି ବିରୋଧୀ କାଉନସିଲର ଟିମଙ୍କ ହସ୍ପିଟାଲ ଗସ୍ତ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri