ଅସହାୟ ବୃଦ୍ଧାଙ୍କ ଶବକୁ ଦାହକଲେ କାଉନସିଲର

ଦେବଗଡ଼,୧ା୧୦(ଡି.ଏନ୍‌.ଏ.): ଦେବଗଡ ପୌରାଞ୍ଚଳ ୫ନମ୍ବର ୱାର୍ଡ ଅଧିନସ୍ଥ ଜଗତିପାଲି ସାହିର ବାସନ୍ତୀ ଶବର ନାମ୍ନୀ ଜଣେ ଅସହାୟ ବିଧବା ବୃଦ୍ଧାଙ୍କର ମୃତ୍ୟୁଘଟିଥିବା ବେଳେ ତାଙ୍କର କେହି ନ ଥିବାରୁ ମୃତଦେହ ଘରେ ପଡ଼ିରହିଥିଲା। ତେବେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଏନେଇ ସୂଚନା ପାଇବା ପରେ ୫ନମ୍ବର ୱାର୍ଡର କାଉନସିଲର ଜତିନ କୁମାର ନାୟକ, ସ୍ବେଚ୍ଛାସେବୀ ସଙ୍ଗଠନ ‘ହାପି ଟୁ ହେଲ୍ପ ଫାଉଣ୍ଡେସନ’ର କର୍ମକର୍ତ୍ତାମାନେ ବୃଦ୍ଧାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଦ୍ୱାରା ପ୍ରଧାନପାଟସ୍ଥିତ ସ୍ବର୍ଗଦ୍ୱାରକୁ ନେଇ ଦାହ କରିଥିଲେ ।