ପରିବାର ବିରୋଧ ସତ୍ତ୍ୱେ ପ୍ରେମିକଙ୍କୁ ଛାଡ଼ିପାରିଲେନି

ଭୁବନେଶ୍ୱର,୩।୬(ବ୍ୟୁରୋ): ବେଙ୍ଗାଲୁରୁରେ ରହୁଥିବା ଏକ ପ୍ରେମୀଯୁଗଳ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଦୁହେଁ କମିଶନରେଟ ପୋଲିସକୁ ଟୁଇଟ କରି ସହାୟତା ଲୋଡ଼ିବା ସହ ଏ ନେଇ ଏୟାରପୋର୍ଟ ଥାନାକୁ ଜଣାଇଥିଲେ। ପ୍ରେମୀଯୁଗଳ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି। ଦୁହିଁଙ୍କୁ ଥାନାକୁ ନିଆଯିବା ପରେ ସେଠାକୁ ଉଭୟ ପକ୍ଷର ପରିବାରବର୍ଗ ଆସିଥିଲେ। ଏନେଇ ଏୟାରପୋର୍ଟ ଥାନାଧିକାରୀ କହିଛନ୍ତି, ପ୍ରେମୀଯୁଗଳ ଦୁହେଁ ସାବାଳକ। ସୁରକ୍ଷା ପାଇଁ ସେମାନେ ପୋଲିସର ସହାୟତା ଲୋଡ଼ିବାରୁ ଉଭୟଙ୍କୁ ଥାନାକୁ ଅଣାଯାଇଥିଲା। ଥାନାରେ କଥାବାର୍ତ୍ତା ପରେ ଯୁବତୀଙ୍କ ପରିବାର ଲୋକେ ଫେରିଯାଇଛନ୍ତି। ଏଥିସହ ପ୍ରେମୀଯୁଗଳ ସୁରକ୍ଷିତ ଭାବେ ଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଷଡ଼ଯନ୍ତ୍ର କରାଯାଇ ତାଙ୍କ ଝିଅକୁ ଫସାଇ ଦିଆଯିବା ସହ ଭବିଷ୍ୟତ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି ବୋଲି ସମ୍ପୃକ୍ତା ଯୁବତୀଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଏହି ପ୍ରେମୀ ଯୁଗଳଙ୍କ ଘର। ୨୪ ବର୍ଷୀୟା ଯୁବତୀ ଜଣକ ବେଙ୍ଗାଲୁରୁରୁ ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ସେଠାରେ ଡାକ୍ତର ଅଛନ୍ତି। ତାଙ୍କ ପ୍ରେମିକ ଗଗନଦୀପ ସିଂ ମଧ୍ୟ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। ଉଭୟଙ୍କ ମଧ୍ୟରେ ୬ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ହେଲେ ଯୁବତୀଙ୍କ ପରିବାରଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଆସୁଛନ୍ତି। ଯୁବତୀ ଜଣକ ୧୫ଦିନ ତଳେ ଘରକୁ ଆସିଥିଲେ। ତାଙ୍କ ବିବାହ ପାଇଁ ପାତ୍ର ଦେଖିବାକୁ ବାପାଙ୍କୁ କହିଥିଲେ। କିନ୍ତୁ ବେଙ୍ଗାଲୁରୁ ଯିବା ପରେ ବୁଧବାର ତାଙ୍କ ମା’ଙ୍କୁ ଫୋନ କରି ଗଗନଦୀପଙ୍କୁ ସେ ବିବାହ କରିବେ, ଆଉ ଘରକୁ ଫେରିବେନି ବୋଲି କହିଥିଲେ। ଏନେଇ ଯୁବତୀଙ୍କ ବାପା ଜାଣିବା ପରେ ରାଗିଯାଇଥିଲେ। ସେ ତୁରନ୍ତ ବେଙ୍ଗାଲୁରୁ ଯିବା ପାଇଁ ଫ୍ଲାଇଟ ବୁକ୍‌ କରିଥିଲେ। ଏହା ଜାଣିବା ପରେ ଯୁବତୀ ଜଣକ ଗୁରୁବାର ଭୁବନେଶ୍ୱର ଫେରିବେ ବୋଲି ରାଜି ହୋଇଥିଲେ। ଏପଟେ ଉଭୟ ପକ୍ଷଙ୍କ ପରିବାର ଲୋକେ ସେମାନଙ୍କୁ ଏୟାରପୋର୍ଟ ନିକଟରେ ଅପେକ୍ଷା କରିଥିଲେ। ଏ ନେଇ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରେମୀଯୁଗଳ ପୋଲିସର ସହାୟତା ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri