ପରିବାର ବିରୋଧ ସତ୍ତ୍ୱେ ପ୍ରେମିକଙ୍କୁ ଛାଡ଼ିପାରିଲେନି

ଭୁବନେଶ୍ୱର,୩।୬(ବ୍ୟୁରୋ): ବେଙ୍ଗାଲୁରୁରେ ରହୁଥିବା ଏକ ପ୍ରେମୀଯୁଗଳ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଦୁହେଁ କମିଶନରେଟ ପୋଲିସକୁ ଟୁଇଟ କରି ସହାୟତା ଲୋଡ଼ିବା ସହ ଏ ନେଇ ଏୟାରପୋର୍ଟ ଥାନାକୁ ଜଣାଇଥିଲେ। ପ୍ରେମୀଯୁଗଳ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି। ଦୁହିଁଙ୍କୁ ଥାନାକୁ ନିଆଯିବା ପରେ ସେଠାକୁ ଉଭୟ ପକ୍ଷର ପରିବାରବର୍ଗ ଆସିଥିଲେ। ଏନେଇ ଏୟାରପୋର୍ଟ ଥାନାଧିକାରୀ କହିଛନ୍ତି, ପ୍ରେମୀଯୁଗଳ ଦୁହେଁ ସାବାଳକ। ସୁରକ୍ଷା ପାଇଁ ସେମାନେ ପୋଲିସର ସହାୟତା ଲୋଡ଼ିବାରୁ ଉଭୟଙ୍କୁ ଥାନାକୁ ଅଣାଯାଇଥିଲା। ଥାନାରେ କଥାବାର୍ତ୍ତା ପରେ ଯୁବତୀଙ୍କ ପରିବାର ଲୋକେ ଫେରିଯାଇଛନ୍ତି। ଏଥିସହ ପ୍ରେମୀଯୁଗଳ ସୁରକ୍ଷିତ ଭାବେ ଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଷଡ଼ଯନ୍ତ୍ର କରାଯାଇ ତାଙ୍କ ଝିଅକୁ ଫସାଇ ଦିଆଯିବା ସହ ଭବିଷ୍ୟତ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି ବୋଲି ସମ୍ପୃକ୍ତା ଯୁବତୀଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଏହି ପ୍ରେମୀ ଯୁଗଳଙ୍କ ଘର। ୨୪ ବର୍ଷୀୟା ଯୁବତୀ ଜଣକ ବେଙ୍ଗାଲୁରୁରୁ ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ସେଠାରେ ଡାକ୍ତର ଅଛନ୍ତି। ତାଙ୍କ ପ୍ରେମିକ ଗଗନଦୀପ ସିଂ ମଧ୍ୟ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। ଉଭୟଙ୍କ ମଧ୍ୟରେ ୬ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ହେଲେ ଯୁବତୀଙ୍କ ପରିବାରଲୋକେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଆସୁଛନ୍ତି। ଯୁବତୀ ଜଣକ ୧୫ଦିନ ତଳେ ଘରକୁ ଆସିଥିଲେ। ତାଙ୍କ ବିବାହ ପାଇଁ ପାତ୍ର ଦେଖିବାକୁ ବାପାଙ୍କୁ କହିଥିଲେ। କିନ୍ତୁ ବେଙ୍ଗାଲୁରୁ ଯିବା ପରେ ବୁଧବାର ତାଙ୍କ ମା’ଙ୍କୁ ଫୋନ କରି ଗଗନଦୀପଙ୍କୁ ସେ ବିବାହ କରିବେ, ଆଉ ଘରକୁ ଫେରିବେନି ବୋଲି କହିଥିଲେ। ଏନେଇ ଯୁବତୀଙ୍କ ବାପା ଜାଣିବା ପରେ ରାଗିଯାଇଥିଲେ। ସେ ତୁରନ୍ତ ବେଙ୍ଗାଲୁରୁ ଯିବା ପାଇଁ ଫ୍ଲାଇଟ ବୁକ୍‌ କରିଥିଲେ। ଏହା ଜାଣିବା ପରେ ଯୁବତୀ ଜଣକ ଗୁରୁବାର ଭୁବନେଶ୍ୱର ଫେରିବେ ବୋଲି ରାଜି ହୋଇଥିଲେ। ଏପଟେ ଉଭୟ ପକ୍ଷଙ୍କ ପରିବାର ଲୋକେ ସେମାନଙ୍କୁ ଏୟାରପୋର୍ଟ ନିକଟରେ ଅପେକ୍ଷା କରିଥିଲେ। ଏ ନେଇ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରେମୀଯୁଗଳ ପୋଲିସର ସହାୟତା ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri