Posted inଜାତୀୟ

କୋଭିଡ୍‌ ସ୍ଥିତି ବିଷୟରେ ଜଣାଇବ କାଶ

ନୂଆଦିଲ୍ଲୀ,୨୨।୯:ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୋଭିଡ୍‌ ପ୍ରଭାବ ଦୀର୍ଘଦିନ ଧରି ରହୁଛି। ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍‌ କିପରି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘ ଦିନ ଧରି ପ୍ରଭାବ ପକାଉଛି ସେନେଇ ଆଲୋଚନା କରିବା ସହ ଏଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି। ବର୍ତ୍ତମାନ କୋଭିଡ୍‌ର ବିଏ.୨.୮୬ ଓ ଇଜି.୫ ଭାରିଆଣ୍ଟ ଅଧିକ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟଗୁଡ଼ିକ ଓମିକ୍ରନର ଉପଭାରିଆଣ୍ଟ। ଏହି ଦୁଇ ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି। ଯଦିଓ କୋଭିଡ୍‌-୧୯ ସଂକ୍ରମିତ ଲୋକଙ୍କ ମଧ୍ୟରେ ସାଧାରଣ ରୋଗ ଲକ୍ଷଣ ଦେଖାଯାଉଛି ଏବଂ ସେମାନେ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି, ତେବେ ସେଭେର ଆକ୍ୟୁଟ୍‌ ରେସ୍ପିରେଟରୀ ସିଣ୍ଡ୍ରମ୍‌(ଏସ୍‌ଏଆର୍‌ଏସ୍‌-୨) ଭାରିଆଣ୍ଟ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏବେ ବି ପ୍ରଭାବ ପକାଇବାରେ ଲାଗିଛି। କିଛି ସଂକ୍ରମିତ ଲୋକଙ୍କ ମଧ୍ୟରେ ଦୁର୍ବଳତା ସହ ନିମୋନିଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି। ସଂକ୍ରମିତ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ଲାଗି ରୋଡିଓଗ୍ରାଫି, ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନର ସହାୟତା ନିଆଯାଉଛି, ତେବେ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ଏବେ ଚର୍ମରୋଗ ଓ ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଉଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ପୂର୍ବରୁ ଦୁରାରୋଗରେ ପୀଡ଼ିତ ରୋଗୀମାନେ ଯଦି କୋଭିଡ୍‌ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ନୂଆ ଉପକରଣର ଆବଶ୍ୟକତା ରହିଛି। ଫଳରେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଘରେ ରଖି ଚିକିତ୍ସା କରାଯାଇପାରିବ। କାଶ ଶବ୍ଦ କୋଭିଡ୍‌ର ପ୍ରାରମ୍ଭିକ ସ୍ଥିତିକୁ ଚିହ୍ନଟ କରୁଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ପ୍ରକ୍ରିୟା ଦ୍ୱାରା ଦୁରାରୋଗ ପୀଡ଼ିତମାନଙ୍କ ସଂକ୍ରମଣ ବିଷୟରେ ସହଜରେ ଜାଣିହେବ। ନୂଆ ଅଧ୍ୟୟନ ଲାଗି ଗବେଷକମାନେ ଏସ୍‌ଏଆର୍‌ଏସ୍‌-କୋଭିଡ୍‌-୨ ସଂକ୍ରମିତ ୭୦ରୋଗୀଙ୍କ କାଶିବା ଶବ୍ଦକୁ ମୋବାଇଲରେ ରେକର୍ଡିଂ କରିଥିଲେ। ସଂକ୍ରମିତମାନେ ହସ୍ପିଟାଲରେ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡିଂ କରାଯାଇଥିଲା। ଏଥିରୁ ଏକଥା ଜଣାପଡ଼ିଥିଲା ସଂକ୍ରମିତଙ୍କ ମଧ୍ୟରୁ କାହାର ଶ୍ୱାସକ୍ରିୟା ଅଧିକ ପ୍ରଭାବିତ ହୋଇଛି, କାହାକୁ ଜରୁରିକାଳୀନ ସ୍ଥିତିରେ ଅମ୍ଳଜାନର ଆବଶ୍ୟକତା ରହିଛି। କୋଭିଡ୍‌ ରୋଗୀଙ୍କ ସଂକ୍ରମଣ ପ୍ରାଥମିକ, ମଧ୍ୟମ ଅଥବା ଅଧିକ ସଙ୍ଗିନ ସ୍ଥିତିରେ ରହିଛି, ସେନେଇ ମଧ୍ୟ ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଥିଲା। ୨୦୨୦ ଏପ୍ରିଲରୁ ୨୦୨୧ ମେ ମଧ୍ୟରେ ସଂଗୃହୀତ ଡାଟାକୁ ଆଧାର କରି ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri