Posted inଜାତୀୟ

କୋଭିଡ୍‌ ସ୍ଥିତି ବିଷୟରେ ଜଣାଇବ କାଶ

ନୂଆଦିଲ୍ଲୀ,୨୨।୯:ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୋଭିଡ୍‌ ପ୍ରଭାବ ଦୀର୍ଘଦିନ ଧରି ରହୁଛି। ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍‌ କିପରି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘ ଦିନ ଧରି ପ୍ରଭାବ ପକାଉଛି ସେନେଇ ଆଲୋଚନା କରିବା ସହ ଏଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି। ବର୍ତ୍ତମାନ କୋଭିଡ୍‌ର ବିଏ.୨.୮୬ ଓ ଇଜି.୫ ଭାରିଆଣ୍ଟ ଅଧିକ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟଗୁଡ଼ିକ ଓମିକ୍ରନର ଉପଭାରିଆଣ୍ଟ। ଏହି ଦୁଇ ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି। ଯଦିଓ କୋଭିଡ୍‌-୧୯ ସଂକ୍ରମିତ ଲୋକଙ୍କ ମଧ୍ୟରେ ସାଧାରଣ ରୋଗ ଲକ୍ଷଣ ଦେଖାଯାଉଛି ଏବଂ ସେମାନେ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି, ତେବେ ସେଭେର ଆକ୍ୟୁଟ୍‌ ରେସ୍ପିରେଟରୀ ସିଣ୍ଡ୍ରମ୍‌(ଏସ୍‌ଏଆର୍‌ଏସ୍‌-୨) ଭାରିଆଣ୍ଟ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏବେ ବି ପ୍ରଭାବ ପକାଇବାରେ ଲାଗିଛି। କିଛି ସଂକ୍ରମିତ ଲୋକଙ୍କ ମଧ୍ୟରେ ଦୁର୍ବଳତା ସହ ନିମୋନିଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି। ସଂକ୍ରମିତ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ଲାଗି ରୋଡିଓଗ୍ରାଫି, ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନର ସହାୟତା ନିଆଯାଉଛି, ତେବେ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ଏବେ ଚର୍ମରୋଗ ଓ ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଉଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ପୂର୍ବରୁ ଦୁରାରୋଗରେ ପୀଡ଼ିତ ରୋଗୀମାନେ ଯଦି କୋଭିଡ୍‌ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ନୂଆ ଉପକରଣର ଆବଶ୍ୟକତା ରହିଛି। ଫଳରେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଘରେ ରଖି ଚିକିତ୍ସା କରାଯାଇପାରିବ। କାଶ ଶବ୍ଦ କୋଭିଡ୍‌ର ପ୍ରାରମ୍ଭିକ ସ୍ଥିତିକୁ ଚିହ୍ନଟ କରୁଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ପ୍ରକ୍ରିୟା ଦ୍ୱାରା ଦୁରାରୋଗ ପୀଡ଼ିତମାନଙ୍କ ସଂକ୍ରମଣ ବିଷୟରେ ସହଜରେ ଜାଣିହେବ। ନୂଆ ଅଧ୍ୟୟନ ଲାଗି ଗବେଷକମାନେ ଏସ୍‌ଏଆର୍‌ଏସ୍‌-କୋଭିଡ୍‌-୨ ସଂକ୍ରମିତ ୭୦ରୋଗୀଙ୍କ କାଶିବା ଶବ୍ଦକୁ ମୋବାଇଲରେ ରେକର୍ଡିଂ କରିଥିଲେ। ସଂକ୍ରମିତମାନେ ହସ୍ପିଟାଲରେ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡିଂ କରାଯାଇଥିଲା। ଏଥିରୁ ଏକଥା ଜଣାପଡ଼ିଥିଲା ସଂକ୍ରମିତଙ୍କ ମଧ୍ୟରୁ କାହାର ଶ୍ୱାସକ୍ରିୟା ଅଧିକ ପ୍ରଭାବିତ ହୋଇଛି, କାହାକୁ ଜରୁରିକାଳୀନ ସ୍ଥିତିରେ ଅମ୍ଳଜାନର ଆବଶ୍ୟକତା ରହିଛି। କୋଭିଡ୍‌ ରୋଗୀଙ୍କ ସଂକ୍ରମଣ ପ୍ରାଥମିକ, ମଧ୍ୟମ ଅଥବା ଅଧିକ ସଙ୍ଗିନ ସ୍ଥିତିରେ ରହିଛି, ସେନେଇ ମଧ୍ୟ ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଥିଲା। ୨୦୨୦ ଏପ୍ରିଲରୁ ୨୦୨୧ ମେ ମଧ୍ୟରେ ସଂଗୃହୀତ ଡାଟାକୁ ଆଧାର କରି ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri