୪୮ ହଜାର ହେକ୍ଟରରେ କପାଚାଷ ଲକ୍ଷ୍ୟ

ରାୟଗଡ଼ା,୨୫।୬(ଆଶିଷ ରଞ୍ଜନ ପଣ୍ଡା)ଆସିଲା ମୌସୁମୀ ା ଆରମ୍ଭ ହେଲା ଚାଷକାମ ା ତେବେ ଆଷାଢ଼ ମାସ ଆରମ୍ଭ ହୋଇ ୨୨ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଜିଲାରେ ୨୦୦ ମି.ଲି. ମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ଚଳିତ ବର୍ଷ ଜୁନ୍‌ ୧ରୁ ୨୦ ସୁଦ୍ଧା ୨୧.୩ ମି.ମି. ବର୍ଷା ହୋଇଛି, ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଜୁନ୍‌ ଶେଷ ସୁଦ୍ଧା ବର୍ଷା ନ ହେଲେ ଆଉ ବିହନ ପଡ଼ିପାରିବ ନାହିଁ ବୋଲି ଚାଷୀମାନେ କହିଥିଲେ। ହେଲେ ଶନିବାରଠାରୁ ମୌସୁମୀ ପ୍ରଭାବରୁ ଜିଲାରେ ବର୍ଷା ହୋଇଥିବାରୁ ଚାଷୀ ବିହନ ବୁଣି ତଳି ପକାଇବା ଆରମ୍ଭ କରିଛି ା
କୃଷି ବିଭାଗ ସୂଚନା ଅନୁସାରେ, ସମଗ୍ର ରାୟଗଡ଼ା ଜିଲାରେ ଚଳିତ ବର୍ଷ ୧ଲକ୍ଷ ୮୨ ହଜାର ୬୪୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୪୭ ହଜାର ହେକ୍ଟର ଜମିରେ ଧାନ, ୪୮ ହଜାର ହେକ୍ଟରରେ କପା, ୨୧ ହଜାର ହେକ୍ଟରରେ ମାଣ୍ଡିଆ, ୧୪ ହଜାର ହେକ୍ଟରରେ ମକା, ୧୨ ହଜାର ହେକ୍ଟରରେ ହରଡ଼, ୧୪ ହଜାର ହେକ୍ଟରରେ ପରିବା ଚାଷର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାର ଅଧିକାଂଶ ଜମିରେ ଧାନ ଓ କପାଚାଷ ହୋଇଥାଏ। ରାୟଗଡ଼ା ଏକ ପାହାଡ଼ିଆ ଜିଲା ହୋଇଥିବା କାରଣରୁ ଏଠାକାର ଜମିରେ ଚାଷୀମାନେ ୧୨୦ ଦିନିଆ ଧାନ ଚାଷ କରିଥାନ୍ତି ା ମୁଖ୍ୟତଃ ୧୦୦୧, ୧୦୧୦ ଓ ଆର୍ଯ୍ୟାଲୁ କିସମ ଧାନ ସର୍ବାଧିକ ଚାଷ ହୋଇଥାଏ। ଏହି ଧାନ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ ହେଉଛି ଜୁନ୍‌ ମାସର ପ୍ରଥମ ସପ୍ତାହ। ଜୁନ୍‌ ଶେଷ ସପ୍ତାହରେ ତଳି ରୁଆ କାର୍ଯ୍ୟ ହୋଇଥାଏ। ତେବେ ୪୭ ହଜାର ହେକ୍ଟର ଜମି ପାଇଁ ୪୭୦୦ ରୁ ୪୯୦୦ ହେକ୍ଟର ଜମିରେ ବିହନ ବୁଣାଯିବା ନିୟମ ରହିଛି। କିନ୍ତୁ ବର୍ଷା ଅଭାବରୁ ଗତ ସପ୍ତାହରେ ମାତ୍ର ୧୦୨ ହେକ୍ଟର ଜମିରେ ହିଁ ବିହନ ବୁଣାଯାଇଥିବା ଜଣାପଡ଼ିଛି ା ଗତ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ କୌଣସି ଗୋଟିଏ ସ୍ଥାନରେ ମଧ୍ୟ ଚାଷୀ ମୁଠାଏ ମଧ୍ୟ ବିହନ ବୁଣି ନ ଥିବା ସୂଚନା ମିଳିଛି। ୨୦୧୫ ରେ ବର୍ଷା ଅଭାବରୁ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ ା ଶନିବାରଠାରୁ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥିଲେ ମଧ୍ୟ କାଶୀପୁର, ଚନ୍ଦ୍ରପୁର ଓ ଗୁଡ଼ାରି ବ୍ଲକର ଅବସ୍ଥା ଅତି ସଙ୍ଗିନ। ଏହି ୩ ବ୍ଲକରେ ଚଳିତ ମାସରେ ଟୋପାଏ ମଧ୍ୟ ବର୍ଷା ହୋଇନାହିଁ। ଶୂନ ମି.ମି. ବର୍ଷା ରେକର୍ଡ କରିଛି କୃଷି ବିଭାଗ। ରାୟଗଡ଼ା ଜିଲାର ଭାତହାଣ୍ଡି ଭାବେ ପରିଚିତ ପଦ୍ମପୁର ବ୍ଲକରେ ମଧ୍ୟ ଆବଶ୍ୟକ ବର୍ଷା ହୋଇନାହିଁ ା ଏହାପରେ ରାମନାଗୁଡ଼ା, ରାୟଗଡ଼ା ଓ ବିଷମକଟକ ବ୍ଲକର ଚାଷ ଉପରେ ସମଗ୍ର ଜିଲା ନିର୍ଭର କରିଥାଏ। ହେଲେ ବୈଶାଖ ମାସ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ଗତ ୨ ମାସ ହେବ ବର୍ଷାକୁ ଚାହିଁ ରହିଥିଲେ ଚାଷୀ। ଜିଲାରେ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଭାତହାଣ୍ଡି ବ୍ଲକ ଭାବେ ପରିଚିତ ପଦ୍ମପୁରସ୍ଥିତ ଜିଲାର ସର୍ବବୃହତ୍‌ ଜଳଭଣ୍ଡାର ବଡ଼ନାଳ ଅବସ୍ଥା ମଧ୍ୟ ସାଂଘାତିକ। ଜୁନ୍‌ ୮ରେ ୫-ଟି ସଚିବଙ୍କ ଗସ୍ତ ସମୟରେ ବଡ଼ନାଳ ରହିଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିବାର ୨ ସପ୍ତାହ ବିତିଯାଇଥିଲେ ମଧ୍ୟ ବଡ଼ନାଳ ଅବସ୍ଥାରେ କୌଣସି ସୁଧାର ଆସିନାହିଁ ା ରାୟଗଡ଼ା ବ୍ଲକ ସ୍ଥିତ ସିଲଟିଗୁଡ଼ା ଜଳଭଣ୍ଡାରରେ ମଧ୍ୟ ସେହି ସମାନ ଅବସ୍ଥା। ଏହି ଜଳଭଣ୍ଡାର ପାଣି ଜମିକୁ ମାଡ଼େ ନାହିଁ, ଆଉ ଚେକ୍‌ଡ୍ୟାମ୍‌ ତ ଜିଲା ପାଇଁ ସ୍ବପ୍ନ ପାଲଟିଛି ା ବର୍ଷା ଅଭାବ ସାଙ୍ଗକୁ ଜଳ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ଜିଲାରେ ନିଆଯାଉ ନ ଥିବାରୁ ଭୂତଳ ଜଳ ମଧ୍ୟ କମିବାରେ ଲାଗିଲାଣି ା ଫଳରେ ବୋର୍‌ୱେଲ ଖନନ ପରେ ବି ପାଣି ବାହାରୁ ନ ଥିବା ଅଭିଯୋଗ ହେଉଛି। ଚାଷୀ ଏଭଳି ଚିନ୍ତାରେ ରହିଥିବା ବେଳେ ମୌସୁମୀ ବର୍ଷା କିଛିଟା ଆଶ୍ୱସ୍ତି ଦେଇଛି ା ତେବେ ଆବଶ୍ୟକ ପରିମାଣର ବର୍ଷା ନ ହେଲେ ବିହନ ବୁଣିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ା ତେଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଜଳସେଚନର ବ୍ୟବସ୍ଥା କରିବାକୁ ଚାଷୀ ମହଲରେ ଦାବି ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri