ଉନ୍ନୟନ ନାଁରେ ଚାଲିଛି ଦୁର୍ନୀତି: ଜୟରାମ ପାଙ୍ଗୀ

ପଟ୍ଟାଙ୍ଗୀ, ୧୮।୧୦(ଡି.ଏନ୍‌.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗ୍ରାମାଞ୍ଚଳରେ ଠିକ୍‌ଭାବେ ପହଞ୍ଚତ୍ପାରୁ ନ ଥିବାବେଳେ ଏହାର ଫାଇଦା ଉଠାଇ ଚାଲିଛନ୍ତି ସରକାରୀ ଅଧିକାରୀ ତଥା କେତେଜଣ ହାତଗଣତି ଠିକାଦାର। ଏପରି ଅଭିଯୋଗ କରିଛି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ। ଏହା ବିରୋଧରେ ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ପାଇଁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ, ସେମିଳିଗୁଡ଼ା ଓ ନନ୍ଦପୁର ଗ୍ରାମାଞ୍ଚଳରେ ସରକାରଙ୍କ ଜନ ହିତକର ଯୋଜନା ବାଟବଣା ହେଉଥିବା ସମ୍ପର୍କରେ ଆସିଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦର କେନ୍ଦ୍ରୀୟ ସଭାପତି ତଥା ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ କହିଛନ୍ତି।
ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକରେ ସୀମାନ୍ତ ପଞ୍ଚାୟତ ନାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନେକ କିଛି ଯୋଜନା ହେଉଛି। ଏହାର ଫାଇଦା ବ୍ଲକ ଅଧିକାରୀ ଓ କେତେଜଣ ହାତଗଣତି ଠିକାଦାର ଉଠାଇ ଚାଲିଛନ୍ତି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଫଳରେ ବ୍ଲକର କୋଟିଆ ପଞ୍ଚାୟତ ହିତାଧିକାରୀ ଏହି ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ କୋଟିଆ ପଞ୍ଚାୟତବାସୀ ଅଭିଯୋଗ କରିଥିବା ପାଙ୍ଗୀ କହିଛନ୍ତି। ଉକ୍ତ ବ୍ଲକରେ ରହିଥିବା ଅନ୍ୟ ସୀମାନ୍ତ ପଞ୍ଚାୟତରେ ମଧ୍ୟ ଅନୁରୂପଭାବେ ଉନ୍ନୟନ ନାଁରେ ଦୁର୍ନୀତି ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଉନ୍ନୟନମୂଳକ କାର୍ଯ୍ୟର ସୁଫଳ ଅଞ୍ଚଳବାସୀ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଠାରେ କାମ ନ ପାଇ ବାଧ୍ୟହୋଇ ଲୋକମାନେ ଦାଦନ ଖଟିବାକୁ ଆନ୍ଧ୍ର ମୁହାଁ ହେଉଛନ୍ତି। ଏହା ବିରୋଧରେ ପଟ୍ଟାଙ୍ଗୀ ବ୍ଲକରୁ ଉକ୍ତ ଆନ୍ଦୋଳନ ନଭେମ୍ବର ୮ରୁ ଆରମ୍ଭ ହେବ। ଉକ୍ତ ଆନ୍ଦୋଳନ ପ୍ରତି ସପ୍ତାହର ମଙ୍ଗଳବାର କରାଯିବ ବୋଲି ପାଙ୍ଗୀ ଜଣାଇଛନ୍ତି। ସ୍ବାସ୍ଥ୍ୟସେବା ନାମରେ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେଉଥିବା ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସ୍ବାସ୍ଥ୍ୟସେବା ନାମରେ ବ୍ଲକ ଜନସାଧାରଣଙ୍କୁ ହରିଲୁଟ କରାଯାଉଥିବା ସହ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ କରାଯାଉଛି ବୋଲି ସେ କହିଛନ୍ତି।