ଫସଲ ବୀମା ନାଁରେ ଦୁର୍ନୀତି

ବଲାଙ୍ଗୀର,୭ା୧୧ (ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ) ନାଁରେ ଏକ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇର ପର୍ଦ୍ଦାଫାଶ ହୋଇଛି। ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ହଡ଼ପ ଯୋଜନା ହୋଇଥିବା ଜଣାପଡ଼ିଛି। ଏହି ଠକେଇ କାରବାରରେ ସମ୍ପୃକ୍ତ ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଲାପ୍‌ଟପ, ୧୧ କମ୍ପ୍ୟୁଟର ସିପିୟୁ, ୫ ପ୍ରିଣ୍ଟର, ୩ ମନିଟର, ୪ ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ୧୬ ମୋବାଇଲ ଜବତ କରାଯାଇଛି। ଠିକଣା ସମୟରେ କୃଷି ବିଭାଗର ହସ୍ତକ୍ଷେପ ଯୋଗୁ କୋଟିକୋଟି ଟଙ୍କାର ଅନ୍‌ଲାଇନ୍‌ ଠକେଇକୁ ରୋକାଯାଇ ପାରିଥିବା ସୋମବାର ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପିଏମ୍‌ଏଫ୍‌ବିଓ୍ବାଇ ୨୦୨୩ରେ ଏକ ବଡଧରଣର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍‌ ଯୋଜନା କରାଯାଇଥିବା ନେଇ ବଲାଙ୍ଗୀର କୃଷି ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପିଏମ୍‌ଏଫ୍‌ବିଓ୍ବାଇର କ୍ଷତିପୂରଣ ରାଶି ହଡ଼ପ ପାଇଁ ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ରକୁ ଚଞ୍ଚକତା କରି ସହଜ ଜନସେବା କେନ୍ଦ୍ର ଜରିଆରେ ଏକ ଗୋଷ୍ଠୀ ଚକ୍ରାନ୍ତ କରିଥିବା କୃଷି ବିଭାଗ ପକ୍ଷରୁ ସନ୍ଦେହ କରାଯାଇଥିଲା। ଏନେଇ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ବଲାଙ୍ଗୀର ସାଇବର ଅପରାଧ ଥାନାରେ ଏକ ମାମଲା (୨୭/୨୩) ରୁଜୁ କରାଯାଇଥିଲା। ଏସ୍‌ପି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ତଦନ୍ତ ସମୟରେ ବିଭିନ୍ନ ସହଜ ଜନ ସେବା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଜିଲାରେ ଯେତିକି ଚାଷୀ ଅଛନ୍ତି ତା’ଠୁ ଢେର ଅଧିକ ଚାଷୀ ଏବଂ ଜିଲାରେ ଯେତିକି ସମୁଦାୟ ଚାଷଜମି ଅଛି ତା’ଠୁ ଅଧିକ ଚାଷଜମି ଚଳିତବର୍ଷ ପିଏମ୍‌ଏଫ୍‌ବିଓ୍ବାଇରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡ଼ିଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଫସଲ ବୀମା କମ୍ପାନୀ ଓ କୃଷି ବିଭାଗ ଚକିତ ହୋଇଯାଇଥିଲେ। ବଲାଙ୍ଗୀର ଜିଲାର ୧୩ଟି ଏବଂ କଳାହାଣ୍ଡିର ଜିଲାର ଗୋଟିଏ ସହଜ ଜନସେବା କେନ୍ଦ୍ରରେ ଚାଷୀଙ୍କ ଜମିପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରାଯାଇଥିତ୍ବା ଜଣାପଡିଥିଲା। ଫସଲ ବୀମା ପାଇଁ ଚାଷୀମାନେ ନିଜର ଜମିପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ସଂଲଗ୍ନ ଆବେଦନ ପତ୍ରକୁ ସହଜ ଜନସେବା କେନ୍ଦ୍ରରେ ଦେଇଥାନ୍ତି। ଚାଷୀଙ୍କ ଏହି ସବୁ ତଥ୍ୟ ଏବଂ ଡକ୍ୟୁମେଣ୍ଟ ପାଇବା ପରେ ସହଜ ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀ ଏବଂ ସେମାନଙ୍କ ସହଯୋଗୀମାନେ ଚାଷୀଙ୍କ ଅଜାଣତରେ ଜମିପଟ୍ଟା ତଥ୍ୟ୍ର ବିଭିନ୍ନ ଲୋକଙ୍କୁ ଭାଗଚାଷୀ ଦର୍ଶାଇ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରିଥିଲେ। ଫସଲ ବୀମା କ୍ଷତିପୂରଣ ପାଇଁ ଚଳିତବର୍ଷ ଫସଲ ବୀମା ଗାଇଡ୍‌ଲାଇନ୍‌ ଅନୁଯାୟୀ ଆବଶ୍ୟକ ପ୍ରିମିୟମ୍‌ ଟଙ୍କା ମଧ୍ୟ ଜନସେବା କେନ୍ଦ୍ର ଗୁଡିକର ସ୍ବତ୍ୱାଧିକାରୀମାନେ ଜମା କରିଥିଲେ। ଏନେଇ ତଦନ୍ତରେ ସ୍ପଷ୍ଟ ହେବା ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡାର କୁବେର ମେହେର (୨୮), ହୀରାଧର ମେହେର (୪୨), ବିଦ୍ୟାଧର ମେହେର (୪୩), ଡୁମେରପଡାର ସାମନ୍ତ ମାଝି (୨୫), ସାନଗମଡାର ଚମ୍ପାରାମ କୁମ୍ଭାର (୪୧), ମୁରିବାହାଲ ଥାନା କନ୍ଦାଖାଲ ଗାଁର ବଳରାମ ବେହେରା (୩୩), ପତ୍ରାପାଲିର ପ୍ରବୀଣ ସାହୁ (୨୨), ସିନ୍ଧେକେଲା ଥାନା ଶ୍ରୀରାମର ଚୁଡେଶ୍ୱର ବେହେରା (୪୧), ଶିଶିର ଭୁଏ (୩୨), କଣ୍ଟାବାଞ୍ଜିର କୁନାଲ ଜିନ୍ଦଲ (୨୪), ସଇଁତଲା ଥାନା ଅଞ୍ଚଳର ପୁରେନ୍ଦର ପୁଟେଲ (୪୩), ପାଟଣାଗଡ଼ ମେହେରପଡାର ସୁନିଲ ମେହେର (୨୯), ବଲାଙ୍ଗୀର ସଦର ଥାନା ବାଦୀମୁଣ୍ଡାର ରାହୁଲ ରଞ୍ଜନ ଦୀପ (୩୧) ଏବଂ କଳାହାଣ୍ଡି ଜିଲା କେଗାଁ ଥାନା କୁହୁରା ଗାଁର ଦୁର୍ଯ୍ୟୋଧନ ବାଗ (୨୫)। ଏଭଳି ଠକେଇ ଆହୁରି ହୋଇଥିବା ସନ୍ଦେହ କରାଯାଉଥିବାରୁ ଆଗକୁ ମଧ୍ୟ ତଦନ୍ତ ଜାରି ରହିବ ବୋଲି ଏସପି ଖିଲାରୀ ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ଟିମ୍‌ରେ ଡିଆଇବି ଡିଏସ୍‌ପି ଯୋଗେଶ୍ୱର ପଣ୍ଡା, ସାଇବର ଥାନା ଆଇଆଇସି ଭାରତୀ ନାଏକ, ଟାଉନ୍‌ ଥାନା ଅତିରିକ୍ତ ଆଇଆଇସି ଅନିତା ପଟ୍‌ନିଆ, ବଙ୍ଗୋମୁଣ୍ଡା ଥାନା ଆଇଆଇସି ହରେବନ୍ଧୁ ଗଡ଼ତ୍ୟା, ଲାଠୋର ଥାନା ଆଇଆଇସି ଝସକେତନ ଭୋଇ, ଖପ୍ରାଖୋଲ ଥାନା ଆଇଆଇସି ରମାକାନ୍ତ ସାହୁ, ସାଇବର ଥାନା ସବ୍‌ଇନ୍ସପେକ୍ଟର ଅବିନାଶ ନାୟକ, ଆକାଶ ସାମଲ ଏବଂ ଟାଉନ୍‌ ଥାନା ସବ୍‌ଇନ୍ସପେକ୍ଟର ସୁଜ୍ଞାନ ବାରିକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri