୬୪ କୋଟି ଟଙ୍କା ପ୍ରକଳ୍ପରେ ଦୁର୍ନୀତି

ଯାଜପୁର ଅଫିସ,୭ା୩: ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ବିକାଶ କାମ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର ଠିକାସଂସ୍ଥା କ୍ରିଷ୍ଣା ବିଲ୍‌ଡର ଏହି କାମ କରୁଛି ା ତେବେ ଏହି କାମ ଆରମ୍ଭରୁ ଅନେକ ଅନିୟମିତତା ସାମ୍‌ନାକୁ ଆସିଛି। ପାଚେରି ନିର୍ମାଣ କାମ ବିଭାଗୀୟ ଅଟକଳ ଓ ଡିଜାଇନ ଅନୁଯାୟୀ ହେଉ ନ ଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଏହି ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ ା ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବ୍ୟାସଦେବ ଏବଂ ରାଘବଜୀ ଗୋସାଇଁଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ବୁଲିବାକୁ ଆସିଥାନ୍ତି। ଯାଜପୁର-କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନଠାରୁ ମାତ୍ର ୩ କି.ମି.ଦୂରରେ ରହିଛି ଏହି ପୌରାଣିକ ସ୍ଥଳ। ୧୯୯୪ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା ା ଇତିମଧ୍ୟରେ ୨୭ ବର୍ଷ ବିତିଛି, ହେଲେ ସେହି ସରୋବରର ବିକାଶ ଉପରେ କୌଣସି ଗୁରୁତ୍ୱ ଦିଆଯାଇ ନ ଥିଲା। କାହିଁ କେଉଁଦିନରୁ ସେହି ସରୋବର ପୋତି ହୋଇଯାଇଛି। କେବଳ ଢିପ ଟାଙ୍ଗରା ଓ ପଥୁରିଆ ଭୂମିକୁ ଦେଖିବାକୁ ପର୍ଯ୍ୟଟକମାନେ ଆସୁଥିଲେ। ସେଠାରେ ମା’ଲକ୍ଷ୍ମୀଙ୍କ ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ପ୍ରାଚୀନ କାଳରେ ସେଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ବିଡମ୍ବନା ଯେ, ସେଠାରେ ବ୍ୟାସଦେବ ନାହାନ୍ତି କିମ୍ବା ବ୍ୟାସସରୋବର ନାହିଁ ା କେବଳ ରହିଯାଇଛି ସେହି ପୌରାଣିକ ସ୍ମୃତି ା ତଥାପି ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀ ଦିନଠାରୁ ୧୧ ଦିନ ଧରି ସେଠାରେ ବ୍ୟାସ ମହୋସତ୍ବ ମହାସମାରୋହରେ ପାଳିତ ହୋଇ ଆସୁଛି ା
ଏହି ପୀଠର ଅବହେଳିତ ଅବସ୍ଥା ନେଇ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା ସହ ଅନେକ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି। ଏଥିରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରି, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା ରହିଛି। ଇତିମଧ୍ୟରେ କ୍ରିଷ୍ଣା ବିଲ୍‌ଡର ପକ୍ଷରୁ ସରୋବର ପୁନରୁଦ୍ଧାର ସହ ପାଚେରୀ ନିର୍ମାଣ ହେଉଛି। ତେବେ ଉକ୍ତ ପାଚେରି ପାଇଁ ପ୍ରାୟ ୬ ଫୁଟ ଗାତ ଖୋଳା ଯାଇଛି। ପିଲର ସହ ତଳ ଅଂଶରେ କଂକ୍ରିଟ କରାଯାଉଥିବାବେଳେ ମଝି ପ୍ରାୟ ୩ ଫୁଟ ଇଟା ଯୋଡ଼ା ଯାଉଛି। ସେଠାରୁ ମାଟି ଉପରସ୍ତର ପର୍ଯ୍ୟନ୍ତ ପୁଣି କଂକ୍ରିଟ ହେଉଛି। ଖୋଲା ଗାତରେ ବାଲି ସ୍ଥାନରେ ମାଟି ଓ ମୋରମ ପୋତାଯାଉଛି। ଏଭଳି ପାଚେରୀ ନିର୍ମାଣ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳରେ କରାଯାଉଛି। ଏପରି କାର୍ଯ୍ୟ ଯୋଗୁ ପାଚେରୀର ଭିତର ଅଂଶ ଭବିଷ୍ୟତରେ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ା ଏହି ଦୁର୍ନୀତିରେ ବହୁ କୋଟି ଟଙ୍କା ଆତ୍ମସାତ୍‌ ପାଇଁ ମସୁଧା ଚାଲିଛି ବୋଲି ଅଭିଯୋଗ ହେଉଛି। ପ୍ରସିଦ୍ଧ ବ୍ୟାସସରୋବରର ବିକାଶ ପାଇଁ ଅଞ୍ଚଳବାସୀ ଏକାଧିକ ଥର ଆନ୍ଦୋଳନ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ କର୍ମନିଯୁକ୍ତି ସୃଷ୍ଟି ସହ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ଏହାବାଦ୍‌ ଏହା ଏକ ସବୁଜିମାରେ ପରିଣତ ହୋଇ ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି ବିଭାଗୀୟ ଯୋଜନା ରହିଛି। କିନ୍ତୁ ଏହି ଉନ୍ନୟନ କାର୍ଯ୍ୟ ଆରମ୍ଭରୁ ଦୁର୍ନୀତି ପ୍ରବେଶ କଲେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଏନ୍‌ବିସିସି ଜରିଆରେ ଏହି କାମ ହେଉଛି। ଏଥିରେ ତାଙ୍କର କୌଣସି ଦାୟିତ୍ୱ ନାହିଁ। ଏନ୍‌ବିସିସିର ଅଧିକାରୀମାନେ ଏହାର ଜବାବ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?