ମଙ୍ଗଳପୁର-ବଡ଼କୁଆଁଲ ରାସ୍ତା କାମରେ ଦୁର୍ନୀତି

ପ୍ରୀତିପୁର,୧୩ା୫(ଡି.ଏନ୍‌.ଏ.): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ା ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି ା ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ(ଏଷ୍ଟିମେଟ) କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ ସୂଚନାଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ଠିକାଦାର ବହୁ ବିଳମ୍ବରେ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଫଳକ ଲଗାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ପ୍ରୟାସ କରୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ବିଂଝାରପୁର ଗ୍ରାମ ଉନ୍ନୟନ ବିଭାଗ ଅଧୀନ ମଙ୍ଗଳପୁର-ବଡକୁଆଁଲ ରାସ୍ତା କାମରେ ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ମଙ୍ଗଳପୁର-ବଡକୁଆଁଲ ରାସ୍ତା ଉପରେ ଦଶରଥପୁର ଓ ବିଂଝାରପୁର ବ୍ଲକର ଲୋକଙ୍କ ସମେତ ଯାଜପୁର, କେନ୍ଦ୍ରାପଡ଼ା ଜିଲାର ଜନସାଧାରଣ ନିର୍ଭର କରିଥାନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉକ୍ତ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗରୁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ହୋଇଆସୁଥିଲା। ମାତ୍ର ପ୍ରଶାସନ ଏହାକୁ ଅଣଦେଖା କରି ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରାସ୍ତାକାମ ସାରିବାକୁ ଟେଣ୍ଡର କରିଥିଲା। ଯାହାର କାର୍ଯ୍ୟାଦେଶ ସୁଶାନ୍ତ ପରିଡ଼ାଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାୟ ୮.୫୫୦ କି.ମି. ରାସ୍ତା ନିର୍ମାଣ ନିମନ୍ତେ ୮ କୋଟି ୩୧ ଲକ୍ଷ ୮ ହଜାର ଟଙ୍କା ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମିଶାଇ ୮.୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହି ଅର୍ଥରେ ୫.୫ ମିଟର ଓସାର ରାସ୍ତା ନିର୍ମାଣ କରାଯିବା ସହିତ ୬.୪୬୪ କି.ମି. ପିଚୁ ରାସ୍ତା ଓ ୨.୦୫୬ କିମି ସିସି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଥିଲା ା ମାତ୍ର ଯନ୍ତ୍ରୀ-ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଉକ୍ତ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ପୂର୍ବ ରାସ୍ତାକୁ ସମ୍ପ୍ରସାରଣ ନିମନ୍ତେ ଉଭୟ ପାର୍ଶ୍ୱରେ କରାଯାଉଥିବା କଙ୍କ୍ରିଟ୍‌ କାମରେ ଧାର୍ଯ୍ୟ ପରିମାଣଠାରୁ ବହୁ କମ୍‌ ସିମେଣ୍ଟ ଓ ଅଧିକ ବାଲି ମିଶାଯାଇଥିବାରୁ ତାହା ବହୁ ସ୍ଥାନରେ ଦବି ଯିବା ସହିତ ଫାଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱ ସମ୍ପ୍ରସାରଣ ନିମନ୍ତେ ପ୍ରଥମେ ମାଟି ଖୋଳାଯାଇ ୧୫୦ ମିମି ବାଲି ଓ ପରେ ୧୦୦ମିିମି ଡିଏଲସି କରାଯିବା କଥା ମାତ୍ର ଏକାଧିକ ସ୍ଥାନରେ ଧାର୍ଯ୍ୟ ପରିମାଣରେ ବାଲି ନ ଦିଆଯିବା ଓ ରୋଲିଂ ନ କରାଯାଇ ପଚପଚିଆ କାଦୁଅ ଉପରେ ଡିଏଲସି କରାଯାଉଥିବା ଦେଖିବାକୁ ମିଳିଛି ା ସେହିପରି ଉକ୍ତ ରାସ୍ତାର କେନ୍ଦୁଆକୂଳ ଓ ବଡ଼କୁଆଁଲ ନିକଟରେ ନିର୍ମାଣାଧୀନ ଥିବା ସେତୁ କାର୍ଯ୍ୟରେ ମଧ୍ୟ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହି କାମରେ ବି ଆବଶ୍ୟକତା ଠାରୁ ବହୁ କମ୍‌ ପରିମାଣରେ ସିମେଣ୍ଟ ଓ ବହୁ ଅଧିକ ପରିମାଣରେ ବାଲି ମିଶାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ା ଏଭଳି ଅନିୟମିତତା ସମ୍ପର୍କରେ ପ୍ରତିବାଦ କଲେ ଠିକାଦାର ସ୍ଥାନୀୟ ନେତାଙ୍କ ସହାୟତାରେ ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ନିୟମିତ ଘଟଣାସ୍ଥଳକୁ ଆସୁ ନ ଥିବାରୁ ଏହି କାମ ନିମ୍ନମାନର ହେଉଛି। ଏଭଳି ଅଭିଯୋଗ ସମ୍ପର୍କରେ ଠିକାଦାର ସୁଶାନ୍ତ ପରିଡ଼ାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହିତ ଜଣେ ସରପଞ୍ଚଙ୍କ ପରାମର୍ଶଙ୍କ ଅନୁଯାୟୀ କାମ ହେଉଛି ବୋଲି କହିଥିଲେ। ସେହିପରି ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା କାର୍ଯ୍ୟବ୍ୟସ୍ତତା ଯୋଗୁ କାମ ହେଉଥିବା ସ୍ଥାନକୁ ସେ ଯାଇ ପାରୁନାହାନ୍ତି ା ସେଥିପାଇଁ ଅନ୍ୟ କର୍ମଚାରୀଙ୍କୁ କାମ ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri