Categories: ଖେଳ

ଆଇସିସି ଆଣିଲା ଦୁର୍ନୀତି ଅଭିଯୋଗ

ଦୁବାଇ, ୨୦ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ପକ୍ଷରୁ ଦୁର୍ନୀତି ମାମଲାରେ ୮ ଜଣଙ୍କ ନାମ ଆସିଥିବା ବେଳେ ଏହା ମଧ୍ୟରେ ରହିଛନ୍ତି ୩ ଭାରତୀୟ। ୨୦୨୧ର ଏମିରେଟ୍ସ ଟି୧୦ ଲିଗ୍‌ରେ ଏହି ଦୁର୍ନୀତି ହୋଇଥିଲା। ଏହି ମାମଲାରେ ଖେଳାଳି, ଅଫିସିଆଲ ଓ କିଛି ଭାରତୀୟ ଟିମ୍‌ ମାଲିକ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଛି। ପୁଣେ ଡେଭିଲ୍ସ ମାଲିକ ଥିବା ପରାଗ ସାଙ୍ଗଭି ଓ କ୍ରିଷନ କୁମାର ଚୌଧାରୀଙ୍କ ନାମରେ ଅଭିଯୋଗ ଆସିଛି। ଏହି ଟିମ୍‌ରେ ରହିଥିବା ବାଂଲାଦେଶୀ ଖେଳାଳି ନାସିର ହୋସେନଙ୍କ ନାମରେ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଥିଲା। ତୃତୀୟ ଭାରତୀୟ ଜଣଙ୍କ ହେଉଛନ୍ତି ବ୍ୟାଟିଂ କୋଚ୍‌ ସନ୍ନି ଧିଲେଁା। କିଛି ମ୍ୟାଚ୍‌କୁ ଫିକ୍ସ କରିବା ପାଇଁ ଏହି ବ୍ୟକ୍ତିମାନେ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସାଙ୍ଗଭିଙ୍କ ନାମରେ ଧାରା ୨.୨.୧ ଓ ୨.୪.୬ରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ କ୍ରିଷନ କୁମାରଙ୍କ ନାମରେ ୨.୪.୫, ୨.୪.୬ ଓ ୨.୪.୭ ଅନୁସାରେ ମାମଲା ହୋଇଥିବା ବେଳେ ବ୍ୟାଟିଂ କୋଚ୍‌ ରହିଥିବା ଧିଲେଁାଙ୍କ ବିପକ୍ଷରେ ମ୍ୟାଚ୍‌ ଫିକ୍ସିଂର ଆରୋପ ଲଗାଯିବା ସହିତ ଧାରା ୨.୧.୧, ୨.୪.୪ ଓ ୨.୪.୬ ଅନୁସାରେ ମାମଲା ହୋଇଛି।

Share