ଆମ୍‌ସାର୍‌ ଆଇନ ସଂଶୋଧନ କର

ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍‌କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ କାରିଗରୀ ଓ ଆଇନଗତ ଢାଞ୍ଚାରେ ଏଭଳି ଏତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ବ୍ୟବସ୍ଥା କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଲାଣି। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ରେ ଆମୂଳଚୂଳ ପରିବର୍ତ୍ତନ ଅଣାଯିବା ଆବଶ୍ୟକ।

ଏଥିସହ ଆମ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲାଗି ପ୍ରାଚୀନ କିର୍ତ୍ତୀରାଜି ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଆଇନ (ଏଏମ୍‌ଏସ୍‌ଏଆର୍‌)ରେ ମଧ୍ୟ ସଂଶୋଧନ ଜରୁରୀ। ଏହା କୋଣାର୍କ ସମେତ ଆମ ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷାରେ ବିଶେଷ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୀତି ଆୟୋଗ ଗଭର୍ନିଂ କାଉନ୍ସିଲର ସପ୍ତମ ବୈଠକରେ ମତ ରଖିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ନିଂ କାଉନସିଲ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ‘ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌’ ମାନ୍ୟତା ପ୍ରଦାନ ପ୍ରସଙ୍ଗ ନେଇ ନିଜ ଦାବି ମଧ୍ୟ ଦୋହରାଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦୀର୍ଘ ୨ ଦଶନ୍ଧି ହେଲା ରାଜ୍ୟ ଦାବି ରଖି ଆସୁଛି। ହେଲେ କେନ୍ଦ୍ର ସରକାର ଏ କଥାକୁ ଅଣଦେଖା କରୁଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏଭଳି ବିପର୍ଯ୍ୟୟରୁ ରାଜ୍ୟ ଏବଂ ଏଠାରେ ବାସ କରୁଥିବା ଲୋକଙ୍କୁ ରକ୍ଷା କରିବା ଲାଗି ସ୍ବତନ୍ତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯାଉ। କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ଘୋଷଣା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ସ୍ବତନ୍ତ୍ର ଅର୍ଥର ବ୍ୟୟବରାଦ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଅବସରରେ ଉକ୍ତ ବୈଠକ ଡାକିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କରୋନା ମହାମାରୀକୁ ଅତି ଦାୟିତ୍ୱପୂର୍ଣ୍ଣ ଭାବେ ମୁକାବିଲା କରିବା ସ୍ବାଗତଯୋଗ୍ୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଯେଭଳି ପ୍ରଦର୍ଶନ କରିଛନ୍ତି ଏହା ପ୍ରଶଂସନୀୟ ବୋଲି ନବୀନ କହିବା ସହ କ୍ରୀଡାବିତ୍‌ମାନେ ନିଜ ମାତୃଭୂମିକୁ ଗର୍ବିତ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ହେଉଛନ୍ତି ଗୋଟିଏ ଗୋଟିଏ ରାଜନୈତିକ ସଂସ୍ଥା। ଅନେକ ସମୟରେ କେନ୍ଦ୍ରୀୟ ଯୋଜନା ଲାଗୁ କରିବା ବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ନୀତି ଆୟୋଗ ଏହାକୁ ସମାଧାନ କରିବାର ଆବଶ୍ୟକତା ଅଛି। ଏହାଦ୍ୱାରା ସଂଘୀୟ ଗଣତନ୍ତ୍ର ଏବଂ ଯୋଜନାର ଠିକ୍‌ କାର୍ଯ୍ୟକାରିତା ଦିଗରେ ସହଜ ହେବ। ହେଲେ ଓଡ଼ିଶା ସବୁବେଳେ ଟେଲିକମ୍‌, ରେଲଓ୍ବେ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅବହେଳିତ ହୋଇଆସୁଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସେବାକୁ ଆଗକୁ ନେବାରେ ଓଡ଼ିଶା ପଛରେ ରହିଯାଇଛି। ଏହିସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଦେବା ଲାଗି ନବୀନ ଅନୁରୋଧ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତୃଣମୂଳସ୍ତରରେ ଲାଗୁ କରାଯିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ବହୁ ଯୋଗ୍ୟ ଚାଷୀଙ୍କୁ ଏଥିରୁ ବାଦ୍‌ ହେବାକୁ ପଡ଼ିଛି। ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନୀତି ଆୟୋଗ ଏହାକୁ ଅନୁଧ୍ୟାନ କରି ସମାଧାନର ରାସ୍ତା କାଢ଼ନ୍ତୁ। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂଆ ତାଲିକାରୁ ବହୁ କେବିକେ ଜିଲା ଏବଂ ଆଦିବାସୀଙ୍କୁ ବାଦ୍‌ ଦିଆଯାଇଛି। ତେଣୁ କେନ୍ଦ୍ର ସରକାର ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ ଅଧିକ ଘର ଏହି ଯୋଜନାରେ ପ୍ରଦାନ କରନ୍ତୁ। ଏ ବାବଦରେ ଆସିଥିବା ସମସ୍ତ ଦ୍ୱନ୍ଦ୍ୱ ରାଜ୍ୟ ସରକାର ଦୂର କରିଥିବା ସେ କହିଛନ୍ତି। ଗୁଜରାଟର ରାନୀ କା ଭାଉ ଯାହା ୟୁନେସ୍କୋ ହେରିଟେଜ ସାଇଟ୍‌ରେ ଅଛି ତାହା ସ୍ବାଗତଯୋଗ୍ୟ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖରୁ ସୋମବାର ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତରେ ଅଛନ୍ତି। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ସହିତ କୃଷି, ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ରାଜ୍ୟକୁ ଦେବା ଲାଗି ନୀତି ଆୟୋଗ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ସୁପରପାଓ୍ବାର ହେବାର କ୍ଷମତା ରଖେ। ସାମଗ୍ରିକ ବିକାଶ ଦ୍ୱାରା ଏହା ସମ୍ଭବ। କେନ୍ଦ୍ର ଓ ରାଜ୍ୟ ଉଭୟ ୨ଟି ରାଜନୈତିକ ଶକ୍ତି ହୋଇଥିବାରୁ କେନ୍ଦ୍ରର ଅନେକ ଯୋଜନା ଲାଗୁ ହେବାରେ ସମସ୍ୟା ହୋଇଥାଏ ବୋଲି ସେ କହିଛନ୍ତି। ଏହାସହ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଅନ୍ୟ ସମସ୍ତ ରାଜ୍ୟର ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ଯାହାଦ୍ୱାରା ଏହା ଦେଶର ପ୍ରକୃତ ଏକତା ଏବଂ ସଂଘୀୟ ଗଣତନ୍ତ୍ରରେ ପ୍ରତିଫଳିତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri