ଆଲେକ୍ସାର ନୂଆ ନଁ। ‘ଜିଗି’

ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍‌ ଇକୋ ଡିଭାଇସ୍‌ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍‌ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍‌ ଓ୍ବାର୍ଡଟି ହେଉଛି ‘ଜିଗି’। ଇକୋ ଡିଭାଇସ୍‌ ଆଲେକ୍ସାର ଏହା ହେଉଛି ପଞ୍ଚମ ଓ୍ବେକ୍‌ ଓ୍ବାର୍ଡ । ପୂର୍ବରୁ ଏହି ଡିଭାଇସ୍‌ ପାଇଁ ଆଲେକ୍ସା, ଆମାଜନ୍‌, କମ୍ପ୍ୟୁଟର ଏବଂ ଇକୋ ଭଳି ଓ୍ବେକ୍‌ ଓ୍ବାର୍ଡ ରଖାଯାଇଛି। ଆଲେକ୍ସା ଆପ୍‌ ଏବଂ ଇକୋ ଶୋ’ ଡିଭାଇସ୍‌ର ସେଟିଙ୍ଗ୍‌ ଅପ୍‌ସନ୍‌କୁ ଯାଇ ଗ୍ରାହକମାନେ ନୂଆ ଓ୍ବେକ୍‌ ଓ୍ବାର୍ଡ ଜିଗି ସେଟ୍‌ କରିପାରିବେ। ଆଲେକ୍ସାର ଓ୍ବେକ୍‌ ଓ୍ବାର୍ଡ ପାଇଁ ଉଭୟ ମହିଳା ଓ ପୁରୁଷଙ୍କ ଭଏସ୍‌କୁ ବ୍ୟବହାର କରାଯାଇପାରିବ। ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେରଖି କମ୍ପାନୀ ପକ୍ଷରୁ ଏକାଧିକ ଓ୍ବେକ୍‌ ଓ୍ବାର୍ଡ ବିକଶିତ କରାଯାଉଥିବା ଆଲେକ୍ସା ୟୁକେ କଣ୍ଟ୍ରି ମ୍ୟାନେଜର ଡେନିସ୍‌ ଷ୍ଟାନ୍‌ସବରି କହିଛନ୍ତି। ଆଲେକ୍ସା ପାଇଁ ଓ୍ବେକ୍‌ ଓ୍ବାର୍ଡଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଇକୋ ଡିଭାଇସ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି। ଫର୍ମ ୧୫ଜି ତଥା ଫର୍ମ ୧୫...

ରିଅଲ୍‌ମି ନାର୍‌ଜୋ ଏନ୍‌ ୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୪: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ...

ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ...

ପାର୍ବଣରେ ପେଟିଏମ୍‌ରୁ ୟୁପିଆଇ ଅଭିଯାନ: ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୨।୧୦: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ପକ୍ଷରୁ ‘ପେଟିଏମ୍‌ରୁ ୟୁପିଆଇ’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣଋତୁର...

୧୧ ବର୍ଷରେ ବ୍ୟାଙ୍କକୁ ଦିଆଯାଇଛି ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ବିଗତ ୧୧ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୩.୧୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୋମବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ...

ଋଣ ଫେରସ୍ତ ପ୍ରସ୍ତାବ ଦୋହରାଇଲେ ମାଲ୍ୟା

ଲଣ୍ଡନ,୩୦-୪: ପ୍ରତ୍ୟର୍ପଣ ମାମଲାର ସାମ୍ନା କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ନେଇ ବର୍ଷିଛନ୍ତି। ଏଥିସହ ସେ ତାଙ୍କର ବକେୟା...

ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%

ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ...

Advertisement
Archives

Model This Week