ଭାରତରେ କେବେ ମିଳିବ କରୋନା ଟିକା: ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭ ।୯: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର କରୋନା ଟିକା ଉପରେ । ବିଭିନ୍ନ ଦେଶ ଏହା ଉପରେ ବି ଯୋରସୋରରେ କାମ ଚଳାଇଛନ୍ତି । ଭାରତ ମଧ୍ୟ ଏ ଦିଗରେ ପଛରେ ନାହିଁ । ଯେତେଶୀଘ୍ର ସମ୍ଭବ କରୋନା ଟିକା ଉବଲବ୍ଧ କରାଇବାରେ ବିଶେଷଜ୍ଞମାନେ ଲାଗି ପଡିଛନ୍ତି । ହେଲେ ଦେଶରେ କେବେ ଏହି କରୋନା ଟିକା ମିଳିବ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଇତିମଧ୍ୟରେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରାଜ୍ୟ ସଭାରେ କହିଛନ୍ତି ଆସନ୍ତା ବର୍ଷ ଆରମ୍ଭରେ ଦେଶରେ କରୋନା ଟିକା ଉବଲବ୍ଧ ହେବ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କିଛିମାସ ହେବ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କରୋନା ଯୁଦ୍ଧରେ ଯେଉଁଭଳି ଭାବେ ଲଢି ଚାଲିଛନ୍ତି ତାହା ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିଛି । ଯେତେବେଳେ ଜାନୁୟାରୀ ୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଢବ୍ଲୁଏଚ୍‌ଓ) କହିଥିଲା କି ଚାଇନାରେ କରୋନା ମାମଲା ସାମ୍ନାକୁ ଆସିଛି ସେତେବେଳେ ଜାନୁୟାରୀ ୮ରେ ମୋଦି ସରକାର ଏକ ବୈଠକ ଡକାଇ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଇତିହାସ ଏହାର ସାକ୍ଷୀ ରହିବ ଯେ ମୋଦି ସରକାର କିଭଳି ଭାବେ କରୋନା ଯୁଦ୍ଧରେ ଲଢେଇ କରିଥିଲେ । ହର୍ଷବର୍ଦ୍ଧନ କହିଛନ୍ତି ଅନ୍ୟଦେଶମାନଙ୍କ ତୁଳନାରେ କରୋନା ମୁକାବିଲାରେ ଆମେ କେତେ ଆଗରେ ତାହା ସହଜରେ ଅନୁମାନ କରାଯାଇପାରେ । ଅନ୍ୟପଟେ ବିରୋଧି ଦଳ ନେତା ଗୁଲାମ ନବି ଆଜାଦ କହିଛନ୍ତି କେନ୍ଦ୍ର ସରକାରଙ୍କ ଖାମଲିଆଲ ମନୋଭାବ ଯୋଗୁ ଆଜି ଦେଶ କରୋନା ସଂକ୍ରମଣରେ ଆଗକୁ ବଢି ଯାଇଛି । ଯେତେବେଳେ ଏହି ଭାଇରସ ଚାଇନାରେ ଦେଖାଯାଇଥିଲା ଏହା ଆମ ପଡୋଶୀ ଦେଶଭାବେ କରୋନା ଭାଇରସ ଆମକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଥିଲା । ହେଲେ ମୋଦି ସରକାର ଏଥିପ୍ରତି ନଜର ନ ଦେବାରୁ ଏବେ ଦେଶରେ ଦିନକ ଦିନ କରୋନା ସଂକ୍ରମଣ ବଢି ଚାଲିଛି ବୋଲି ବିରୋଧି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri