ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ୨୩ ସେନା କୁକୁର ଉପରେ ଏହାର ପରୀକ୍ଷା ସଫଳ ହୋଇଛି। ଟିକାକରଣର ୨୧ ଦିନ ପରେ କୁକୁରମାନଙ୍କଠାରେ କରୋନା ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

କୁକୁରମାନଙ୍କ ଉପରେ ସଫଳ ପରୀକ୍ଷଣ ପରେ ଗୁଜୁରାଟର ଜୁନାଗଡର ସକ୍କରବାଗ ପ୍ରାଣୀ ଉଦ୍ୟାନର ୧୫ ସିଂହଙ୍କ ଉପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ଗୁଜୁରାଟ ସରକାରଙ୍କ ଅନୁମତି ପାଇବା ପରେ ଟିକାକରଣ ଆରମ୍ଭ ହେବ। ଏହା ପରେ, ବଜାରରେ ଟିକା ବିକ୍ରି ହେବ। ଫଳରେ ସହଜରେ ପ୍ରାଣୀମାନଙ୍କୁ ମଧ୍ୟ ଟିକା ଦିଆଯାଇପାରିବ।

ଏହି ଟିକା ବିକଶିତ କରିଥିବା ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବୀନ କୁମାର କହିଛନ୍ତି ଯେ କୁକୁର, ବିଲେଇ, ସିଂହ, ଚିତା, ଚିତାବାଘ, ହରିଣ ଭଳି ପ୍ରାଣୀଙ୍କଠାରେ ସାର୍ସ କରୋନା ଭାଇରସ (କୋଭିଡ -୧୯) ଭୂତାଣୁ ଚିହ୍ନଟ ହୋଇଛି। କିଛି ମାସ ପୂର୍ବେ ଚେନ୍ନାଇର ପ୍ରାଣୀ ଉଦ୍ୟାନରେ ଏକ ମୃତ ସିଂହଠାରେ କୋଭିଡ -୧୯ ଭୂତାଣୁ ଚିହ୍ନଟ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ସିଂହଟି କୋଭିଡର ଡେଲ୍‌ଟା ମାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ କୁକୁରମାନଙ୍କରେ ସଫଳ ଏବଂ ପ୍ରଭାବଶାଳୀ ପରୀକ୍ଷଣ ପରେ, ଆମେ ବର୍ତ୍ତମାନ ୫ ଟି ଅଞ୍ଚଳରେ ସିଂହଙ୍କ ଉପରେ କ୍ଲିନିକାଲ ପରୀକ୍ଷା କରିବୁ। ଜୁନାଗଡର ସକ୍କରବାଗ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ଉପରେ ପରୀକ୍ଷା ପାଇଁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । ଏବେ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିବା ମାତ୍ରେ ସିଂହମାନଙ୍କ ଉପରେ ପରୀକ୍ଷା ଆରମ୍ଭ ହେବ ବୋଲି ନବୀନ କୁମାର କହିଛନ୍ତି।

ଭୂତାଣୁ ମଣିଷଠାରୁ ପ୍ରାଣୀ ଏବଂ ପରେ ପ୍ରାଣୀମାନଙ୍କଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବାର ବହୁ ତଥ୍ୟ ମିଳିବା ପରେ ପ୍ରାଣୀଙ୍କୁ ଟିକାକରଣ ଊପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ୟଶପାଲ ସିଂ କହିଛନ୍ତି।

କୋଭିଡ -୧୯ ଭୂତାଣୁକୁ ରୋକିବା ପାଇଁ ପ୍ରାଣୀମାନଙ୍କର ଟିକାକରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଏହି ଦିଗରେ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏକ ସକରାତ୍ମକ ପ୍ରୟାସ କରିଛନ୍ତି। ଏହି ସଫଳତା ପାଇଁ ମୁଁ ଅନୁଷ୍ଠାନର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରାଣୀ ବିଭାଗ ଉପ ମହାନିର୍ଦ୍ଦେଶକ ଡକ୍ଟର ବି.ଏନ୍‌, ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri