CORONAVIRUS UPDATE: ରାଜ୍ୟରେ ୧୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ସକାଳେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ଜିଲାରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୨ଟି ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଓ ଖୋର୍ଦ୍ଧାରେ ୧୧ଜଣ ରହିଛନ୍ତି। ସେହିପରି ନୟାଗଡ଼ରେ ୭, ବଲାଙ୍ଗୀର ଓ ଜଗତସିଂହପୁରରେ ୨ଜଣ, କେନ୍ଦୁଝର ୧, ସମ୍ବଲପୁର ୨, ସୁବର୍ଣ୍ଣପୁର ୪, ବରଗଡ଼ରେ ଜଣେ ଲେଖାଏ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧୬୬୦ ନୂଆ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୧ଜଣ ଚିକିତ୍ସିତ ହେଉଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।

 

୨୭ମେ ପର୍ଯ୍ୟନ୍ତ ଜିଲା ଅନୁଯାୟୀ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ବିବରଣୀ


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

ପରସ୍ପରକୁ ଅଣଦେଖା କଲେ ମୋଦି-ଟ୍ରମ୍ପ: ହାତ ମିଳାଇଲେ, ହେଲେ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ।…

ପାଠ୍ୟପୁସ୍ତକରେ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଦିଅ, ପରେ…

ଭୁବନେଶ୍ୱର,୧୭ା୬: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।…

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri