ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା ଆଦି କାର୍ଯ୍ୟ ପାଇଁ ହଜାର ହଜାର ଟଙ୍କା ପାରିଶ୍ରମିକ ଦେଇ ବିଏଲଓମାନଙ୍କୁ ନିଯୁକ୍ତି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହି ବିଏଲଓମାନେ କୌଣସି ତଥ୍ୟ ସଂଗ୍ରହ ନ କରି ଭୋଟରଙ୍କ ସର୍ଭେ ନ କରି ନିଜ ଇଚ୍ଛା ମୁତାବକ ଭାବରେ ଭୋଟର ତାଲିକା ପ୍ରସ୍ତୁତ କରି ପଠାଇଥିବା ହେତୁ ବହୁଭୋଟର ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଯାହାକି ଗତ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବ୍ୟକ୍ତିମାନେ ଭୋଟ୍‌ ଦେଇଥିବା ବେଳେ ସେମାନ ନିଜ ନିଜ ଅଞ୍ଚଳ ବାସସ୍ଥାନରେ ରହି ସରକାରୀ ସୁବିଧା ପାଇବାରେ ଲାଗିଛନ୍ତି।

ଅପରପକ୍ଷରେ କିଛି ବ୍ୟକ୍ତି ପେଟ ପୋଷିବା ଲାଗି ବାହାରକୁ ମଜୁରି ଖଟିବାକୁ ଯାଇଥିବା ବେଳେ ସେହି ପରିବାରଙ୍କଠାରୁ କୌଣସି ତଥ୍ୟ ନ ଆଣି, ନ ପଚାରି ବିଏଲଓମାନେ ମନଇଚ୍ଛାରେ ଭୋଟର ତାଲିକାରୁ ନାମକୁ ବାଦ୍‌ ଦେଇଛନ୍ତି। ଯାହାଦ୍ବାରା ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଏଏସ୍‌ଆଇଆର ପ୍ରକ୍ରିୟା ଚାଲିଥିବାକୁ ନେଇ ଭୋଟରମାନେ ବିଏଲ୍‌ଓଙ୍କ ନିକଟକୁ ଯାଇ ଫର୍ମ ମାଗିବାବେଳେ ସେମାନଙ୍କ ନାମ ଭୋଟର ତାଲିକାରୁ କଟିଯାଇଥିବାର ଜାଣିବାକୁ ପାଇଛନ୍ତି। ଏହାକୁ ନେଇ ଭୋଟରଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣ ଯୋଗୁ ନାମ କଟିଛି, କିପରି ସେମାନେ ସରକାରଙ୍କ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ସାମିଲ ହେବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି ଭୋଟର। ଏଣୁ ତୁରନ୍ତ ପ୍ରଶାସନ ଏହାର ତଦନ୍ତ କରି ଏପରି କାର୍ଯ୍ୟ କରି ଭୋଟରଙ୍କୁ ଏସ୍‌ଆଇଆର୍‌ରୁ ବଞ୍ଚିତ କରାଇଥିବା ବିଏଲ୍‌ଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କ ନାମକୁ ପୁନଃ ଭୋଟର ଲିଷ୍ଟରେ ତାଲିକାଭୁକ୍ତ କରିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?