ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ନଷ୍ଟ ହେବା ସହ ଗାଡ଼ିଟି ପାଣି ଭିତରେ ପଡ଼ିରହିଛି।

ତଥ୍ୟ ଅନୁଯାୟୀ, ମାଲକାନଗିରି କନକଦୁର୍ଗା ମଡର୍ଣ୍ଣ ରାଇସ୍‌ ମକ୍ଟଲଲରର ୫୮୦ ବସ୍ତା ଚାଉଳ ନେଇ ଜୟପୁର ଏଫ୍‌ସିଆଇ ଗୋଦାମକୁ ଏକ ଟ୍ରକ୍‌ ନଂ. ଏପି ୩୫ ଏକ୍ସ ୩୬୧୯ଯୋଗେ ଯାଉଥିବା ସମୟରେ ପାଙ୍ଗାମ ଗ୍ରାମ ନିକଟ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ଟ୍ରକଟି ନଦୀ ତଳକୁ ପଡ଼ି ଓଲଟି ଯାଇଥିଲା। ଚାଳକ ନିଜର ବୁଦ୍ଧି ଖଟାଇ ଗାଡ଼ିରୁ ଡେଇଁ ପଡ଼ି ଜୀବନ ବଞ୍ଚାଇଥିବାବେଳେ ଟ୍ରକ୍‌ରେ ଥିବା ଚାଉଳ ବସ୍ତାଗୁଡ଼ିକ ପାଣିରେ ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ମିଲ୍‌ ମାଲିକ ପି. ସାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଖବର ପାଇ ମାଥିଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଟ୍ରକ୍‌ଟି ନଦୀ ତଳକୁ ଖସି ପଡ଼ିଥିଲା ସେ ସମ୍ବନ୍ଧରେ ତଦନ୍ତ କରୁଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ସମସ୍ତଙ୍କ ଆଗରେ ମେଲୋନିଙ୍କୁ କିସ୍‌ କରୁଥିଲେ ଜେଲେନସ୍କି, ଆଉ ତା’ ପରେ… ଭାଇରାଲ ଭିଡିଓକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା!

ନୂଆଦିଲ୍ଲୀ,୧୭।୬: ଫ୍ରାନ୍ସର ଡୋଭିଲ-ଲେ-ବ୍ୟାନ୍ସ (Deauville-les-Bains) ସହରରେ ଜି-୭ (G7) ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜି-୭ ସମୂହରେ ବିଶ୍ୱର ସାତଟି ପ୍ରମୁଖ ଅର୍ଥବ୍ୟବସ୍ଥା ଏକାଠି ଅଛନ୍ତି, ଯେଉଁଥିରେ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ସ୍କୁଲଛୁଟିକୁ ନେଇ ବଡ଼ ଘୋଷଣା କଲେ ସରକାର, ସାରା ରାଜ୍ୟରେ ୨୪ଜୁନ ଯାଏ…

ଲକ୍ଷ୍ନୌ,୧୭।୬: ରାଜ୍ୟର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ଲୁ (ଗରମ ପବନ)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ଶୀତଳ ଷଷ୍ଠୀ ପାଇଁ ଜୁନ୍ ୨୦ରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁର, ୧୭/୬ (ପ୍ରମୋଦ ବହିଦାର): ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) କାର୍ଯ୍ୟାଳୟ ପକ୍ଷରୁ ୨୦୨୬ କ୍ୟାଲେଣ୍ଡର ବର୍ଷ…

ବଡ଼ିଲା ସ୍କୁଲ ଛୁଟି ଅବଧି: ଏହି ଜିଲାରେ ୨୦ ଯାଏ …

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା  ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri