CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୯୯୧ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୬୭୬ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୩୯ ହଜାର ୧୨୧ ଜଣରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୮୭ ଜଣ ଥିବା ଜଣାପଡିଛି। ସେହିପରି କଟକ ୩୯୨, ମୟୁରଭଞ୍ଜ ୧୬୦, ବରଗଡ ୧୬୯, ଭଦ୍ରକ ୮୨, ବାଲେଶ୍ୱର ୭୪, ଯାଜପୁର ୧୪୮, ରାୟଗଡାରୁ ୫୮, ନବରଙ୍ଗପୁର ୧୨୫, କେନ୍ଦ୍ରାପଡା ୧୪୭ କୋରାପୁଟ ୧୨୭, ଜଗତସିଂହପୁର ୧୦୯, ଢେଙ୍କାନାଳରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।