CORONAVIRUS UPDATE: ରାଜ୍ୟରେ ୨୪ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ଶନିବାର ପୁଣି ୧୩୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ହଜାର ପାର କରିଛି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୮୮୭ କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ୪୩୩ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ୫୬୦ ଓ ଖୋର୍ଦ୍ଧାରୁ ୧୭୪ ରହିଛନ୍ତି। ସେହିପରି ଗଜପତି ଓ ପୁରୀରୁ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୭, ଅନୁଗୋଳ ୬, ବାଲେଶ୍ୱର ୨୩, ବରଗଡ଼ ୧୪, ଭଦ୍ରକ ୨୮, ବଲାଙ୍ଗୀର ୯, ଦେବଗଡ଼ ୧, ଜଗତସିଂହପୁର ୩, ଯାଜପୁର ୨୩, ଝାରସୁଗୁଡ଼ା ୨, କଳାହାଣ୍ଡି ୧, କନ୍ଧମାଳ ୩୯, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୨୪, କୋରାପୁଟ ୩୦, ନୟାଗଡ଼ ୩୮, ନୂଆପଡ଼ା ୪, ରାୟଗଡ଼ା ୬୫, ସୋନପୁର ୧, ସୁନ୍ଦରଗଡ଼ର ୪୭ଜଣ ରହିଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧୫୨୦୦ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୮୬୫୦ଜଣ ଚିକିତ୍ସାଧିନ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।