CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୩୧, ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨କୁ ବୃଦ୍ଧି

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୩୧ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲାରୁ ସର୍ବାଧିକ ୪୩ଜଣ ଅଛନ୍ତି। ସେହିଭଳି ପୁରୀ ୨୮, ଖୋର୍ଦ୍ଧା ୨୧, କନ୍ଧମାଳ ୧୨, ଜଗତ୍‌ସିଂହପୁର ୭, ନବରଙ୍ଗପୁର ୬, କେନ୍ଦ୍ରାପଡ଼ା ୫, ବାଲେଶ୍ୱର ଓ କଟକରୁ ୨ ଜଣ ଲେଖାଏ, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।