CORONAVIRUS UPDATE: ୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ହେଲେଣି ୭୩୩

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୪ଜଣ ରହିଛନ୍ତି। ସେହିପରି ଯାଜପୁର ଜିଲାର ୧୮ ଜଣ ରହିଥିବା ବେଳେ ବାଲେଶ୍ୱର ୧୧, କଟକ ୭, ଭଦ୍ରକ ୬, କେନ୍ଦ୍ରାପଡ଼ା ୫, ଖୋର୍ଦ୍ଧା ୪, ପୁରୀ ୪, ନୟାଗଡ଼ ୨, ମୟୂରଭଞ୍ଜ ୨ ଏବଂ ସୁନ୍ଦରଗଡ଼ର ୧ ରହିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୩୩ କୁ ବୃଦ୍ଧି ପାଇଛି।