CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ ତଳେ ଏହି ତାଲିକାରେ ମାଲକାନଗିରି ଜିଲା ଯୋଡ଼ି ହୋଇଥିଲା। ଶନିବାର ଆଉ ୨ଟି ଜିଲା ନବରଙ୍ଗପୁର ଓ ଗଜପତି ଏହି ତାଲିକାରେ ଯୋଡି ହୋଇଯାଇଛି। ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୪ଜଣ ଚିହ୍ନଟ ହୋଇଛନ୍ତି।
ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଗଞ୍ଜାମ ଜିଲା ସର୍ବାଗ୍ରେ ରହିଛି। ଏହି ଜିଲାରେ ମୋଟ ୩୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୩୬ ସୁସ୍ଥ ହୋଇଥିବା ବେଳେ ୮୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।