CORONAVIRUS UPDATE: ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ: ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୯୯୩

ଭୁବନେଶ୍ୱର, ୮।୬(ବ୍ୟୁରୋ): ରାଜ୍ୟରେ ସୋମବାର ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଜପୁରରୁ ସର୍ବଧିକ ୧୬ଜଣ ରହିଥିବା ବେଳେ ଖୋର୍ଦ୍ଧା ୧୩, କେନ୍ଦ୍ରାପଡ଼ା ୧୧, ଗଞ୍ଜାମ ୯, ଦେବଗଡ଼ ୮, କଟକ ଓ ଜଗତ୍‌ସିଂହପୁରରୁ ୭ ଜଣ ଲେଖାଏ, ବାଲେଶ୍ୱର, ବରଗଡ଼,ବଲାଙ୍ଗୀରୁ ୬ଜଣ ଲେଖାଏ, କେନ୍ଦୁଝର ୪, ନୟାଗଡ଼ ୩, କୋରାପୁଟ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ସୁସ୍ଥ ହୋଇଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।