CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୪୬; ମୋଟ ଆରୋଗ୍ୟ ସଂଖ୍ୟା ୨୮୫୪କୁ ବୃଦ୍ଧି

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩, ଗଜପତି ୧୨, ଭଦ୍ରକ ଓ ବଲାଙ୍ଗାରରୁ ୧୧ଜଣ ଲେଖାଏ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରୁ ୫ ଜଣ ଲେଖାଏ, କଳାହାଣ୍ଡି ୪, ଯାଜପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏ, ଢେଙ୍କାନାଳ, ନୂଆପଡ଼ା ଓ ପୁରୀରୁ ୨ ଜଣ ଲେଖାଏ ଏବଂ ଜଗତ୍‌ସିଂହପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୮୫୪କୁ ବୃଦ୍ଧି ପାଇଛି।