CORONAVIRUS UPDATE: ରାଜ୍ୟରେ ପୁଣି ୧୩୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଲା

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଗୁରୁବାର ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲାରୁ  ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨, ଗଜପତିରୁ ୭, କଳାହାଣ୍ଡିରୁ ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୂରଭଞ୍ଜରୁ ୯, କେନ୍ଦୁଝରରୁ ୮, ଝାରସୁଗୁଡ଼ାରୁ ୪, ଖୋର୍ଦ୍ଧାରୁ ୧୭, ଢେଙ୍କାନାଳରୁ ୩, କଟକରୁ ୭ ଏବଂ ସମ୍ବଲପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବିଭାଗର ୫୪ ଜଣ କମର୍ଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩୩୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨୨୮୨ ଜଣ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି।