CORONAVIRUS UPDATE: ରାଜ୍ୟରେ ପୁଣି ୧୧୦ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୩, ୨୦୦ ଟପିଲା

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ୧୧୦ ଆକ୍ରାନ୍ତ ୧୭ ଜିଲାରୁ ରହିଛନ୍ତି। ୯୭ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ଜଣ ଲୋକାଲ କେସ୍‌ ରହିଛନ୍ତି।
ଏମାନଙ୍କ ମଧ୍ୟରୁ ଜଗତ୍‌ସିହପୁର ଜିଲାରୁ ସର୍ବାଧିକ ୩୩ଜଣ ପଜିଟିଭ ରହିଛନ୍ତି। ସେହିପରି କଟକ ୨୦, ଖୋର୍ଦ୍ଧା ୧୪, ଗଜପତି ୧୧, ପୁରୀ ୭, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି ଓ ମୟୂରଭଞ୍ଜରୁ ୪ଜଣ ଲେଖାଏ, ବରଗଡ଼ ୨, ଝାରସୁଗୁଡ଼ା, ଭଦ୍ରକ, ବଲାଙ୍ଗୀର, କୋରାପୁଟ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ବୌଦ୍ଧରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।