CORONAVIRUS UPDATE: ରାଜ୍ୟରେ ଆଉ ୭୫ ପଜିଟିଭ୍‌ ଚିହ୍ନଟ; ୨,୮୫୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଥିବା ବେଳେ ଲୋକାଲ୍‌ କେସ୍‌ ୩ ରହିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ଏ ନେଇ ରବିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ୧୧୨୯ ଆକ୍ଟିଭ କେସ୍‌ ରହିଥିବା ବେଳେ ୧୭୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୮ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ କୁହାଯାଇଛି।