CORONAVIRUS UPDATE: ଭୁବନେଶ୍ୱରକୁ ଫେରିଲା କରୋନା; ୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ମାତ୍ର କେଇଘଣ୍ଟା ପରେ ପୁଣି ଥରେ ଭୁବନେଶ୍ୱରକୁ କରୋନା ଫେରିଛି। ସୋମବାର ଭୁବନେଶ୍ୱରକୁ କରୋନା ମୁକ୍ତ ବୋଲି ଘୋଷଣା କରାଯାଇଥିବା ବେଳେ ଏଠାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୨ ଜଣ ରହିଛନ୍ତି। ଚିହ୍ନଟ ୨ଜଣ ଲୋକାଲ କେସ୍‌ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।