CORONAVIRUS UPDATE: କେନ୍ଦ୍ରାପଡ଼ାରେ ୧୩ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲାରେ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ ୯ ଆକ୍ରାନ୍ତ ଥିବା ବେଳେ ଏବେ ଏହି ସଂଖ୍ୟା ୨୨ ହୋଇଛି।

ପ୍ରକାଶ ଯେ, ନୂତନ ଆକ୍ରାନ୍ତଙ୍କ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ ନ ଥିଲେ ହେଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ ପକ୍ଷରୁ ଏନେଇ ଟୁଇଟ୍‌ କରାଯାଇଛି। ନୂତନ ପଜିଟିଭ୍‌ମାନେ ସୁରଟ ଫେରନ୍ତା ଏବଂ ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ ରାଜକନିକା ବ୍ଲକ ଅଞ୍ଚଳର। ସେମାନେ ଫେରିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବାରୁ କମ୍ୟୁନିଟି ସମ୍ପର୍କ ନାହିଁ। ଏଣୁ ଆତଙ୍କିତ ହେବାର କାରଣ ନାହିଁ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି।