ବିମାନରେ ତୀବ୍ର ବେଗରେ ହୋଇଥାଏ କରୋନା ସଂକ୍ରମଣ!

ବିମାନରେ କରୋନା ସଂକ୍ରମଣକୁ ନେଇ ଦୁଇଟି ଅଧ୍ୟୟନ କରାଯାଇଛି। ଯେଉଁଥିରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଜାଣିବାକୁ ମିଳିଛି। ଶୁକ୍ରବାର ପ୍ରକାଶିତ ଏହି ଅଧ୍ୟୟନରୁ ଲଣ୍ଡନରୁ ଭିଏତନାମା ଯିବାକୁ ଥିବା ବିମାନରେ ଜଣେ ସଂକ୍ରମିତ ମହିଳାଙ୍କ ଯୋଗୁ ୧୫ ଜଣ ଲୋକ ସଂକ୍ରମିତ ହୋଇଥିଲେ ବୋଲି ଜଣାପଡ଼ିଛି।

ରିପୋର୍ଟରୁ ପ୍ରକାଶ, ଗଳାରେ କଷ୍ଟ ଅନୁଭବ କରିବା ଏବଂ କଫରେ ପୀଡ଼ିତ ଜଣେ ମହିଳା ବିମାନରେ ନିଜ ଘର ଭିଏତନାମାକୁ ଯାଉଥିଲେ। ୧୦ ଘଣ୍ଟା ପରେ ଯେତେବେଳେ ଏହି ବିମାନ ଅବତରଣ କଲା ସେତେବେଳେ ଅନ୍ୟ ୧୫ ଜଣ ସଂକ୍ରମିତ ହୋଇସାରିଥିଲେ। ଭିଏତନାମାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ୍‌ର ଗବେଷକମାନେ ଏହି ଅଧ୍ୟୟନ କରି କହିଛନ୍ତି।
ଗବେଷକମାନେ କୁହନ୍ତି, ବହୁଦୂର ବିମାନ ଯାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିବା ବାସ୍ତବିକ କଥା। ଜଣଙ୍କଠାରୁ ଅନ୍ୟମାନଙ୍କୁ ଖୁବ୍‌ ତୀବ୍ର ବେଗରେ ଏହା ସଂକ୍ରମିତ କରିଥାଏ। ଦୂରରେ ବସିଲେ ମଧ୍ୟ ବିମାନରେ କରୋନା ସଂକ୍ରମଣ ଆଶଙ୍କା କମିବ ନାହିଁ। ଅଧ୍ୟୟନରେ କୁହାଯାଇଛି, କରୋନା ରୋକିବା ପାଇଁ ବିମାନଯାତ୍ରୀମାନଙ୍କ ସ୍କ୍ରିନିଂ ଏବଂ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ଜରୁରୀ ଅଟେ।

ଆଉ ଏକ ଘଟଣା ହେଉଛି, ହକଂକଂର। ଏଠାରେ ଏକ ଦମ୍ପତି ବିମାନରେ ଯାତ୍ରା କରିଥିଲେ। ସେହି ବିମାନରେ ଦୁଇ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଯେତେବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ନ ଥିଲା। ତେଣୁ ଏହି ୪ ଜଣ କରୋନା ସଂକ୍ରମିତ ହୋଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ସମସ୍ତଙ୍କର ସମାନ ରିପୋର୍ଟ ଆସିଛି। ତେଣୁ ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ଅଧିକ ବୋଲି ଗବେଷକମାନେ ପରୀକ୍ଷା କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri