Posted inଜାତୀୟ

ହାଇଦ୍ରାବାଦରେ ମିଳିଲା ଦେଶର ପ୍ରଥମ ଓମିକ୍ରନ୍ ସବ ଭାରିଏଣ୍ଟ ବିଏ.୪ ସଂକ୍ରମିତ

ହାଇଦ୍ରାବାଦ,୨୦ ।୫: ଭାରତରେ କରୋନାର ନୂଆ ଭାରିଏଣ୍ଟ ମିଳିଛି । ଏହା ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ ର ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି । ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭାରିଏଣ୍ଟ ଦେଖାଦେଇଛି । କୋଭିଡ-୧୯ ଜିନୋମିକ ସର୍ଭିଲାନ୍ସ ପୋଗ୍ରାମ ମାଧ୍ୟମରେ ଏହି ଭାରିଏଣ୍ଟକୁ ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ ମିଳିବା ପରେ ବଶେଷଜ୍ଞମାନେ କହିଛନ୍ତି ଦେଶର ଅନ୍ୟ ଭାଗରେ ବି ଏହି ଭାରିଏଣ୍ଟ ସଂକ୍ରମିତ ରୋଗୀ ମିଳିପାରନ୍ତି ।

ମିଳିଥିବା ସୂଚନା ଅନୁସାରେ ହାଇଦ୍ରାବାଦ ଏୟାର ପୋର୍ଟରେ ଜଣେ ଆଫ୍ରିକୀୟ ବ୍ୟକ୍ତି ଆସିଥିଲେ । ତାଙ୍କର ସାମ୍ପଲ ଏୟାରପୋର୍ଟରେ ନିଆଯାଇଥିଲା । ବ୍ୟକ୍ତି ଜଣକ ମେ’ ୯ରେ ଆସି ମେ’ ୧୬ରେ ଫେରିଯାଇଥିଲେ । ସେତେବେଳେ କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା । ଏପଟେ ଅଧିକାରୀମାନେ କହିଛନ୍ତି କି ଓମିକ୍ରନ୍ ବିଏ.୪ର ପ୍ରଥମ ସଂକ୍ରମଣ ଜାନୁୟାରୀର ଆଫ୍ରିକାରେ ମିଳିଥିଲା । ପରେ ଏହି ଭାରିଏଣ୍ଟ ଅନ୍ୟ ଦେଶକୁ ବ୍ୟାପି ଯାଇଥିଲା । ଏବେ ଏହା ଭାରତରେ ଦେଖାଯାଇଥିବାରୁ ଏହା ଆଗକୁ ସଂକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି । ଏହା ଅତ୍ୟନ୍ତ ମାରାତ୍ମକ ଭାରିଏଣ୍ଟ ବୋଲି କୁହାଯାଉଛି । ତେବେ ଭାରତରେ ବହୁ ସଂଖ୍ୟାରେ ଲୋକେ କରୋନା ଟିକା ନେଇଯାଇଥିବାରୁ ଏହା ଭାରତରେ ଏତେଟା ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri