କରୋନା ସହିତ ଲଢ଼ିବ ନିମ୍ବ, ଭାରତରେ କରାଯାଉଛି ଏହାର ପରୀକ୍ଷା

କରୋନା ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଛି। ଭାରତ ସମେତ ବିଶ୍ୱ ବ୍ୟାପୀ ଏହାର ସମାଧାନ ଖୋଜା ଯାଉଛି। ଅନେକ ଦେଶ ମଧ୍ୟ ଏହାର ଟିକା ଉପରେ ଗବେଷଣା ଜାରି ରଖିଛନ୍ତି। ରୁଷିଆ ଏହାର ଟିକା ମଧ୍ୟ ବାହାରି କରିଥିବା ଦାବି କରୁଛି। ଏହି ସମୟରେ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ (AIIA) ନିସର୍ଗ ହର୍ବସ ନାମକ କମ୍ପାନୀ ସହିତ ଏକ ଚୁକ୍ତି କରିଛି। ଯେଉଁଥିରେ କରୋନା ସହିତ ଲଢ଼ିବାରେ ନିମ୍ବ କେତେ ପ୍ରଭାବଶାଳୀ ତାହା ପରୀକ୍ଷା କରାଯିବ। ଏହି ପରୀକ୍ଷା ଫରିଦାବାଦର ଇଏସ୍‌ଆଇସି(ESIC) ହସ୍ପିଟାଲରେ କରାଯାଉଛି।

ଏହି ପରୀକ୍ଷା ଅଗଷ୍ଟ ୭ରୁ ଫରିଦାବାଦର ଏସ୍‌ଆଇସି ହସ୍ପିଟାଲରେ ଆରମ୍ଭ ହୋଇଛି। ଆୟୁର୍ବେଦର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡକ୍ଟର ତନୁଜା ନେସାରୀଙ୍କ ନେତୃତ୍ୱରେ ଚାଲିଥିବା ଅନୁସନ୍ଧାନରେ ୬ ଅନୁସନ୍ଧାନକାରୀ ଟିମ୍‌ ସାମିଲ ଅଛନ୍ତି।

ଡକ୍ଟର ତନୁଜା ନେସାରୀଙ୍କ ସହିତ ଇଏସ୍‌ଆଇସି ହସ୍ପିଟାଲର ଡିନ୍‌ ଆସିମ ସେନ ମଧ୍ୟ ଅଛନ୍ତି। ସଂକ୍ରମଣ ରୋକିବାରେ ନିମ୍ବ ଉପାଦାନ କେତେ ପ୍ରଭାବଶାଳୀ ତାହା ଏହି ଟିମ୍‌ ୨୫୦ ଜଣଙ୍କ ଉପରେ ପରୀକ୍ଷା କରୁଛି।

ଏହି ଗବେଷଣାରେ ମୁଖ୍ୟତଃ ଦେଖାଯାଉଛି ଯେ, ନିମ୍ବ କ୍ୟାପସୁଲ କରୋନା ରୋଗୀଙ୍କୁ କେତେ ଉପକାର ଦେବ। ଯେଉଁମାନଙ୍କ ଉପରେ ଏହି କ୍ୟାପସୁଲ ପରୀକ୍ଷା କରାଯିବ ସେମାନଙ୍କ ଚୟନ ଆରମ୍ଭ ହୋଇଛି।

ଏହି ପ୍ରକ୍ରିୟାରେ ୧୨୫ ଜଣଙ୍କୁ ନିମ୍ବ କ୍ୟାପସୁଲ ଦିଆଯିବ। ଆଉ ୧୨୫ ଜଣଙ୍କୁ ଖାଲି କ୍ୟାପସୁଲ ଖାଇବାକୁ ଦିଆଯିବ। ଏହି ପ୍ରକ୍ରିୟା ୨୮ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ପରେ ରୋଗୀମାନଙ୍କୁ ୨୮ ଦିନ ଯାଞ୍ଚ କରାଯିବ। ଏହା ପରେ ଓଷଧର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri