କରୋନ: ଗୋଟିଏ ଦିନରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ, ଆକ୍ଟିଭ କେଶ ୫୩ ହଜାର ଟପିଲା

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡି ଗଲେଣି। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ଦେଶରେ ଆକ୍ଟିଭ ମାମଲା ବଢି ୫୩ ହଜାର ୭୨୦ରେ ପହଞ୍ଚିଛି। ଶୁକ୍ରବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୧୦୯ ଥିବା ବେଳେ ଶନିବାର ଏହା କମ ରହିଛି। ହେଲେ ଶନିବାର ମୃତ୍ୟୁ ସଂଖ୍ୟା ଶୁକ୍ରବାରଠାରୁ ଅଧିକ ହୋଇଛି। ଗତ ୧୪ ଘଣ୍ଟାରେ କରୋନା ସଂକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ଗୁଜରାଟରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି।

Share