Posted inଖେଳ

କରୋନା ସଂକ୍ରମଣ: ଅଲ୍‌-ହିଲାଲ୍‌ ଓହରିଲା

ଦୋହା, ୨୫ା୯ (ଏପି)-କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏହାର ସମ୍ପୂର୍ଣ୍ଣ ଦଳ ଛିଡ଼ା କରିବା ସମ୍ଭବପର ନ ଥିବାରୁ ଗତଥରର ଚାମ୍ପିୟନ ଅଲ୍‌-ହିଲାଲ ଏସିଆନ ଚାମ୍ପିୟନ୍ସ ଲିଗ୍‌ରୁ ଓହରିଯାଇଛି। ଏସିଆର ପ୍ରିିମିୟର କ୍ଲବ ପ୍ରତିଯୋଗିତାରେ ଏହି ସୌଦି ଆରବର ଟିମର ଖେଳାଳି ଓ ଅଫିସିଆଲ ମିଶାଇ ମୋଟ ୩୧ଜଣଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶାବାବ୍‌ ଅଲ୍‌ ଆହଲି ଦୁବାଇ ବିପକ୍ଷ ଫାଇନାଲ ଗ୍ରୁପ୍‌ ବି’ ମ୍ୟାଚ ପାଇଁ ଦଳର କେବଳ ୯ଜଣ ପ୍ରମୁଖ ଖେଳାଳି ଓ ଦୁଇ ବିକଳ୍ପ ଗୋଲ୍‌କିପର ଫିଟ୍‌ ରହିଥିଲେ। ଟୁର୍ନାମେଣ୍ଟର ନିୟମାନୁସାରେ ଯେଉଁ ଦଳର୧୩ଜଣ ଖେଳାଳି ପଡ଼ିଆକୁ ଓହ୍ଲାଇ ପାରିବେ ନାହିଁ ତାହାର ସମସ୍ତ ଗେମ୍‌କୁ ରଦ୍ଦ କରିଦିଆଯିବ। ପୂର୍ବ ଫଳାଫଳକୁ ନେଇ ଅଲ୍‌-ହିଲାଲ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟ ପାଇଁ ନିଜ ସ୍ଥାନ ସୁରକ୍ଷିତ ରଖିସାରିଥିଲା। କିନ୍ତୁ ବର୍ତ୍ତମାନ ଏହି ଦଳ ଟାଇଟଲ ବଜାୟ ରଖିବାକୁ ଅସମର୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri