CORONAVIRUS UPDATE: ଜଗତସିଂହପୁର ଛୁଇଁଲା କରୋନା; ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ମିଳିଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୨, ୩୦, ୪୭ ରହିଛି। ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫେରିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତେବେ ନମୁନା ଯାଞ୍ଚ ପରେ ବୁଧବାର ସେମାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୬୦ ବର୍ଷ ବୃଦ୍ଧ ବୋଲି ସୂଚନା ରହିଛି। ନିକଟରେ ସେ କୋଲକତାରୁ ଫେରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ପାରାଦୀପ,୨୪।୭(ଶରତ ରାଉତ): ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍‌ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର...

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର...

ଜାଲରେ ପଡ଼ିଲା ମଣିଷ ମୃତଦେହ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ବ୍ୟକ୍ତିଙ୍କ ମୃତଦେହ...

ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ

ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର...

ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ...

ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡ଼ିଲେ ପ୍ରେମିକା

ଜଗତସିଂହପୁର,୧୧ା୭: ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ଗୁରୁବାର ପ୍ରେମିକା ମହାନଦୀକୁ ଡେଇଁ ପଡ଼ିଛନ୍ତି। ଏପରି ଅଭାବାନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ତାରତୋଲଠାରେ।...

ବଣ ଭିତରେ ନଳକୂପ

ରଘୁନାଥପୁର,୧୦।୭ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ କେରେକେରାସ୍ଥିତ ଗୋରେଖନାଥ ପୀଠରୁ ଶହେ ମିଟର ଦୂରରେ ଏକ ଜଙ୍ଗଲିଆ ସନ୍ତସନ୍ତିଆ ପରିତ୍ୟକ୍ତ ସ୍ଥାନରେ...

ସମ୍ବିତଙ୍କ ‘ଢୋଲ ଭିତରେ ମୂଷା’ ମନ୍ତବ୍ୟ, ବିଜେଡିରେ ଆଲୋଡ଼ନ: ବଢିପାରେ ଦଳୀୟ କନ୍ଦଳ

କୁଜଙ୍ଗ,୮।୭(ମନୋଜ ପ୍ରଧାନ):ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ରବିବାର ଭୁବନେଶ୍ୱରଠାରେ ଗତ ନିର୍ବାଚନରେ ଦଳ ହାରିବାର କାରଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ବିଜେଡିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri