ଆଜି ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ୱର,୧୨।୧(ବ୍ୟୁରୋ): କରୋନାକୁ ମାତ ଦେବାକୁ ଆସୁଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ମଙ୍ଗଳବାର ଏହା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପହଞ୍ଚିବ। ପୁଣେରୁ ଭୁବନେଶ୍ୱରକୁ ସ୍ବତନ୍ତ୍ର ସ୍ପାଇସ ଜେଟ୍‌ ବିମାନରେ ଏହି ଟିକା ଆସିଥିବା ବେଳେ ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ।