ଓଡ଼ିଶା ଆସିଲା କରୋନା ଟିକାର ସରଞ୍ଜାମ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଓଡ଼ିଶାରେ ଆସି ପହଞ୍ଚିଛି। ଏ ସମ୍ପର୍କରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକା ରଖିବା ପାଇଁ ୨୬ଟି ଆଇଏଲ୍‌ଆର ଆସିଛି। ଆଗକୁ ଆହୁରି ୩୩୯ଟି ଆଇସ ରେଫ୍ରିଜରେଟର ଆସିବ। ଏବେ ରାଜ୍ୟର ୩.୨୬ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଟିକାକରଣ କରିବା ନିମନ୍ତେ ଡାଟାବେସ ପ୍ରସ୍ତୁତ ହୋଇସାରିଛି।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତ ହ୍ରାସ ପାଉଥିବାବେଳେ ହଠାତ୍‌ ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଥିଲା। ଯାହାକି ପୂର୍ବରୁ ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁଠାରୁ ଢେର୍‌ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିବା ପରେ ବ୍ରଟେନ୍‌ରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଗତ ୧୪ଦିନ ଭିତରେ ବ୍ରିଟେନ୍‌ରୁ ଅନେକ ବ୍ୟକ୍ତି ଭାରତ ଓ ଓଡ଼ିଶାକୁ ଆସିଛନ୍ତି। ଏମାନଙ୍କୁ ଚିହ୍ନଟ କରିବା ସହିତ କରୋନା ପରୀକ୍ଷା କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।