‘କରୋନା ଭ୍ୟାକ୍ସିନ କରିବ ନପୁସଂକ’ ବିଧାୟକଙ୍କ ଟିପ୍ପଣିର ଉତ୍ତର ଦେଲା ଡିସିଜିଆଇ

ନୂଆଦିଲ୍ଲୀ,୩ ।୧: ଦେଶ ପ୍ରାୟ ୧ ବର୍ଷ ହେବ କରୋନା ମହାମାରୀ ସହ ଲଢି ଚାଲିଥିବା ବେଳେ ରବିବାର ସ୍ୱେଦେଶୀ ଭ୍ୟାକ୍ସିନକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏକ୍ସପର୍ଟ କମିଟିର ସୁପାରିସ ପରେ ରବିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଭ୍ୟାକ୍ସିନ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଶେଷରେ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଦେଶର ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବିଜି ସୋମାନି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସିଡିଏସ୍‌ସିଓ ପର୍ଯ୍ୟାପ୍ତ ଅଧ୍ୟୟନ ପରେ ବିଶେଷଜ୍ଞ ସମିତିର ମଞ୍ଜୁରୀକୁ ସ୍ୱୀକାର କରିଛି ଓ ସେହି ଅନୁଯାୟୀ ଉକ୍ତ ୨ଟି ଟିକାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ସ୍ୱୀକୃତି ପ୍ରଦାନ କରିଛି । ଏହା ଫଳରେ ଆଗାମୀ ଦିନରେ ଭାରତରେ ୨ଟି ଟିକା ଜାରି କରିବାର ରାସ୍ତା ସଫା ହୋଇଯାଇଛି । ଏହାପରେ କେତେଜଣ ଏହି ଭ୍ୟାକ୍ସିନକୁ ନେଇ ଭୁଲ ତଥ୍ୟ ପ୍ରଚାର କରୁଥିବା ଜଣାପଡିଛି । ଇତିମଧ୍ୟରେ ସମାଜବାଦୀ ପାର୍ଟିର ଜଣେ ନେତା କହିଛନ୍ତି କରୋନା ଟିକା ନେଲେ ନପୁସଂକ ହେବାର ସମ୍ଭାବନା ରହିଛି । ଏହା ଜାଣିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ବିଜି ସୋମାନି କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା । ଭ୍ୟାକ୍ସିନ ୧୧୦ ପ୍ରତିଶତ ସୁରକ୍ଷିତ । ଯଦି ଭ୍ୟାକ୍ସିନର ବ୍ୟବହାରକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥାଆନ୍ତା ତେବେ ଏହାକୁ ଅନୁମତି ମିଳି ନ ଥାଆନ୍ତା । ହେଲେ ଭ୍ୟାକ୍ସିନ ନେବା ପରେ ସାମାନ୍ୟ, ଜ୍ୱର, ମୁଣ୍ଡବିନ୍ଧା, ଆଲର୍ଜି ଦେଖା ଦେଇପାରେ । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ ଦେଶରେ ଯେଉଁ ଭ୍ୟାକ୍ସିନକୁ ଅନୁମତି ମିଳିଛି ତାହା ଭାରତୀୟ ଜନତା ପାର୍ଟି(ଭାଜପା)ର ତେଣୁ ଏହା ଉପରେ ମୋର ଭରସା ନାହିଁ ତେଣୁ ମୁଁ ଏହି ଭ୍ୟାକ୍ସିନ ନେବି ନାହିଁ । ଏହାପରେ ସମାଜବାଦୀ ପାର୍ଟିର ବିଧାୟକ ଆଶୁତୋଷ ସିହ୍ନା କହିଥିଲେ ଏହି ଭ୍ୟାକ୍ସିନ ନପୁସଂକ କରିଦେଇପାରେ । ଆଉ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି ଡିସିଜିଆଇ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri