କରୋନା ଟିକା

ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍‌.ଏ. କିମ୍ବା ଆର୍‌.ଏନ୍‌.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର ଟିକା ପ୍ରସ୍ତୁତି ଅତି ସହଜ ଓ ଶସ୍ତା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶ୍ରେଣୀର ଅନ୍ୟ କୌଣସି ରୋଗର କୌଣସି ଟିକାକୁ ଅନୁମତି ମିଳିନାହିଁ। ଏହାକୁ ସଂରକ୍ଷିତ ରଖିବା ପାଇଁ ଅତି ନିମ୍ନ ତାପମାତ୍ରା (- ୭୦ ଡିଗ୍ରୀ ସେଲସିୟସ) ଦରକାର। ସେଥିପାଇଁ ଆମ ଦେଶ ପରି ବିକାଶଶୀଳ ଦେଶ ପାଇଁ ଏହି ପ୍ରକାର ଟିକା ଉପଯୁକ୍ତ ନୁହେଁ। ଆମେରିକାରେ ବ୍ୟବହୃତ ଫାଇଜର୍‌ ଦ୍ୱାରା ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଭାଇରାଲ୍‌ ଭେକ୍ଟର ପଦ୍ଧତିରେ ଏକ ସୁରକ୍ଷିତ ଭୂତାଣୁ ବ୍ୟବହାର କରାଯାଏ। ଏହି ପଦ୍ଧତିରେ ରୋଗ ସୃଷ୍ଟିକାରୀ ଭୂତାଣୁର ଅନୁବଂଶିକ ସୂଚନା ବା ଭୂତାଣୁର ପୁଷ୍ଟିସାରକୁ ଅନ୍ୟ ଏକ ସୁରକ୍ଷିତ ଭୂତାଣୁ ସହିତ ସଂଲଗ୍ନ କରି ମଣିଷ ଶରୀରରେ ପ୍ରବେଶ କରାଯାଏ, ଯାହାକୁ ରୋଗ ପ୍ରତିଷେଧକ ତନ୍ତ୍ର ଚିହ୍ନି ପାରି ଆଣ୍ଟିବଡି ସୃଷ୍ଟି କରେ। ଏହି ପ୍ରକ୍ରିୟାରେ ସାଧାରଣତଃ ଥଣ୍ଡା ସୃଷ୍ଟି କରୁଥିବା ଭୂତାଣୁକୁ ବ୍ୟବହାର କରାଯାଏ। ଇବୋଲା ପାଇଁ ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଆମ ଦେଶରେ କରୋନା ପାଇଁ ବ୍ୟବହାର ହେଉଥିବା ସେରମ୍‌ ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଓ ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍‌ ଭି ଏହି ଶ୍ରେଣୀର ଟିକା। ଗୋଟିଏ ଶତ ପ୍ରତିଶତ କାର୍ଯ୍ୟକ୍ଷମ ଓ ସୁରକ୍ଷିତ ଟିକା ପ୍ରସ୍ତୁତି ପାଇଁ ଅତିକମ୍‌ରେ ୪ରୁ ୫ ବର୍ଷ ସମୟ ଦରକାର। ସେ ସମସ୍ତ ଟିକା ସୁରକ୍ଷିତ ଓ ୮୦ ପ୍ରତିଶତରୁ ଅଧିକ ଉପଯୋଗୀ ବୋଲି ଗବେଷଣାରୁ ଜଣାପଡିଛି। ସେଥିପାଇଁ ବିଭିନ୍ନ ଦେଶ ଓ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) କିଛି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଣୁ ଆମେ ସମସ୍ତେ ଟିକା ନେଇ ଏହି ସଂଗ୍ରାମରେ ସାମିଲ୍‌ ହେବା ଉଚିତ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆଉ ଅଳ୍ପ ଦିନ ମଧ୍ୟରେ ଏହି ମହାମାରୀ ଆମ ଦେଶରୁ ଓ ବିଶ୍ୱରୁ ସମାପ୍ତ ହୋଇଯିବ ବୋଲି ମୋର ବିଶ୍ୱାସ। (ଶେଷ ଭାଗ)

– ଡ. ଦେବାଶିଷ ମହାନ୍ତି

-ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ,
ଢେଙ୍କାନାଳ,
ମୋ : ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri