କରୋନା ଟିକା

ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍‌.ଏ. କିମ୍ବା ଆର୍‌.ଏନ୍‌.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର ଟିକା ପ୍ରସ୍ତୁତି ଅତି ସହଜ ଓ ଶସ୍ତା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶ୍ରେଣୀର ଅନ୍ୟ କୌଣସି ରୋଗର କୌଣସି ଟିକାକୁ ଅନୁମତି ମିଳିନାହିଁ। ଏହାକୁ ସଂରକ୍ଷିତ ରଖିବା ପାଇଁ ଅତି ନିମ୍ନ ତାପମାତ୍ରା (- ୭୦ ଡିଗ୍ରୀ ସେଲସିୟସ) ଦରକାର। ସେଥିପାଇଁ ଆମ ଦେଶ ପରି ବିକାଶଶୀଳ ଦେଶ ପାଇଁ ଏହି ପ୍ରକାର ଟିକା ଉପଯୁକ୍ତ ନୁହେଁ। ଆମେରିକାରେ ବ୍ୟବହୃତ ଫାଇଜର୍‌ ଦ୍ୱାରା ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଭାଇରାଲ୍‌ ଭେକ୍ଟର ପଦ୍ଧତିରେ ଏକ ସୁରକ୍ଷିତ ଭୂତାଣୁ ବ୍ୟବହାର କରାଯାଏ। ଏହି ପଦ୍ଧତିରେ ରୋଗ ସୃଷ୍ଟିକାରୀ ଭୂତାଣୁର ଅନୁବଂଶିକ ସୂଚନା ବା ଭୂତାଣୁର ପୁଷ୍ଟିସାରକୁ ଅନ୍ୟ ଏକ ସୁରକ୍ଷିତ ଭୂତାଣୁ ସହିତ ସଂଲଗ୍ନ କରି ମଣିଷ ଶରୀରରେ ପ୍ରବେଶ କରାଯାଏ, ଯାହାକୁ ରୋଗ ପ୍ରତିଷେଧକ ତନ୍ତ୍ର ଚିହ୍ନି ପାରି ଆଣ୍ଟିବଡି ସୃଷ୍ଟି କରେ। ଏହି ପ୍ରକ୍ରିୟାରେ ସାଧାରଣତଃ ଥଣ୍ଡା ସୃଷ୍ଟି କରୁଥିବା ଭୂତାଣୁକୁ ବ୍ୟବହାର କରାଯାଏ। ଇବୋଲା ପାଇଁ ପ୍ରସ୍ତୁତ ଟିକା ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଆମ ଦେଶରେ କରୋନା ପାଇଁ ବ୍ୟବହାର ହେଉଥିବା ସେରମ୍‌ ସଂସ୍ଥା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଓ ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍‌ ଭି ଏହି ଶ୍ରେଣୀର ଟିକା। ଗୋଟିଏ ଶତ ପ୍ରତିଶତ କାର୍ଯ୍ୟକ୍ଷମ ଓ ସୁରକ୍ଷିତ ଟିକା ପ୍ରସ୍ତୁତି ପାଇଁ ଅତିକମ୍‌ରେ ୪ରୁ ୫ ବର୍ଷ ସମୟ ଦରକାର। ସେ ସମସ୍ତ ଟିକା ସୁରକ୍ଷିତ ଓ ୮୦ ପ୍ରତିଶତରୁ ଅଧିକ ଉପଯୋଗୀ ବୋଲି ଗବେଷଣାରୁ ଜଣାପଡିଛି। ସେଥିପାଇଁ ବିଭିନ୍ନ ଦେଶ ଓ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) କିଛି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଣୁ ଆମେ ସମସ୍ତେ ଟିକା ନେଇ ଏହି ସଂଗ୍ରାମରେ ସାମିଲ୍‌ ହେବା ଉଚିତ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆଉ ଅଳ୍ପ ଦିନ ମଧ୍ୟରେ ଏହି ମହାମାରୀ ଆମ ଦେଶରୁ ଓ ବିଶ୍ୱରୁ ସମାପ୍ତ ହୋଇଯିବ ବୋଲି ମୋର ବିଶ୍ୱାସ। (ଶେଷ ଭାଗ)

– ଡ. ଦେବାଶିଷ ମହାନ୍ତି

-ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ,
ଢେଙ୍କାନାଳ,
ମୋ : ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri