କୋଭିଡ୍‌-୧୯ ଟିକା

ଦୁଃଖଦ ୨୦୨୦ ବିଦାୟ ନେଇଛି। ଏହା ଗୋଟିଏ ଦୁର୍ବିପାକ ଓ ଦୁର୍ଭାଗ୍ୟ ବର୍ଷ ଥିଲା। ବିଶ୍ୱରେ ୬୪ ନିୟୁତ ଲୋକ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି ଓ ୧୦୪ ନିୟୁତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବିଶ୍ୱବାସୀ ଜୀବିକା ହରାଇଛନ୍ତି। ଅନ୍ୟପକ୍ଷରେ ବୈଜ୍ଞାନିକଙ୍କର ଉନ୍ନତ ଗବେଷଣାରୁ କୋଭିଡ୍‌-୧୯ ଟିକା(ଭାକ୍‌ସିନ) ଉପଲବ୍ଧ ହୋଇଛି। ଟିକା ନେବା ଫଳରେ ଶରୀରରେ ଦୁଇ ସପ୍ତାହ ମଧ୍ୟରେ ଆଣ୍ଟିବଡ଼ି(ପ୍ରତିପିଣ୍ଡ) ତିଆରି ହୁଏ। ଏହା ହେଉଛି ଆଇ.ଡି.ଜି। ଏହି ପ୍ରତିପିଣ୍ଡ ଛଅରୁ ଆଠ ମାସ ପର୍ଯ୍ୟନ୍ତ ରୋଗ ପ୍ରତିରୋଧ କରେ। ଏହି ସମୟ ମଧ୍ୟରେ ଭୂତାଣୁ ଫୁସଫୁସରେ ପ୍ରବେଶ କଲେ ପ୍ରତିପିଣ୍ଡ ଭୂତାଣୁର କଣ୍ଟାରେ ଥିବା ପ୍ରୋଟିନ ସହିତ ସଂଲଗ୍ନ ହୋଇ ଭୂତାଣୁକୁ ନଷ୍ଟ କରିଦିଏ। ଆଶା ଓ ବିଶ୍ୱାସ ଏହା ସାର୍ବଦେଶିକ ରୋଗ ସଂକ୍ରମଣରୁ ବିଶ୍ୱବାସୀଙ୍କ ଜୀବନ ରକ୍ଷା କରିବ। ନିକଟରେ ଭାରତରେ କରୋନା ମୁକାବିଲା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇଏମସିଆର)ର ମିଳିତ ପ୍ରଚେଷ୍ଟାରେ ପ୍ରଥମ ସ୍ବଦେଶୀ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ କରାଯାଇଛି ଏବଂ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାସହ ଭାରତରେ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକାର କୋଭିଡ୍‌ ଟିକା ‘କୋଭିସିଲଡ୍‌’କୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ‘ଡିସିଜିଆଇ’ ମଞ୍ଜୁରୀ ଦେଇଛି। ଭାକ୍‌ସିନ ତିଆରି ପାଇଁ ୪-୫ ବର୍ଷ ସମୟ ଲାଗେ। ‘କୋଭିଡ୍‌-୧୯’ର ଭୟାବହତା ପାଇଁ ଆମେରିକା, ଇଂଲଣ୍ଡ, ଜର୍ମାନ, ରୁଷ, ଚାଇନା ଓ ଭାରତ ପ୍ରଭୃତି ଦେଶଗୁଡ଼ିକ ଅତିଶୀଘ୍ର ଟିକା ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ିଲେ। ୪-୫ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ କରିବାକୁ ପଡ଼ିଲା। କିନ୍ତୁ ଗବେଷଣା ଜୀବବିଜ୍ଞାନ ସମ୍ବନ୍ଧୀୟ ହୋଇଥିବାରୁ ସମୟକୁ ସଙ୍କୁଚିତ କରାଯାଇ ପାରିବ ନାହିଁ। ଏହା ହେଲେ ଟିକା ତ୍ରୁଟିହୀନ ହେବା ସମ୍ଭବ ନୁହେଁ। ଭାକ୍‌ସିନ ବା ପ୍ରତିଷେଧକ ଟିକା ବାହାରୁ ଶରୀର ମଧ୍ୟରେ ପ୍ରବେଶ କରୁଥିବା ଭୂତାଣୁକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଦୁର୍ବଳ କିମ୍ବା ନିଷ୍କ୍ରିୟ ଭୂତାଣୁକୁ ମଣିଷକୁ ଇଂଜେକ୍ସନ ଆକାରରେ ଦିଆଯାଏ। ଦୁଇ ସପ୍ତାହ ବେଳକୁ ଆଣ୍ଟିବଡ଼ି ତିଆରି ହୋଇଯାଏ। ଭବିଷ୍ୟତରେ ଉକ୍ତ ଭୂତାଣୁ ଶରୀରରେ ପ୍ରବେଶ କଲେ ପ୍ରତିଷେଧକ ବ୍ୟବସ୍ଥା ଜାଗ୍ରତ ହୋଇ ତାହାକୁ ମାରିଦିଏ। କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ହୋଇଥିବା ଏମ.ଆର.ଏନ.ଏ. ଭାକ୍‌ସିନ ନୂତନ ଜେନେରେସନ ପଦ୍ଧତିକୁ ନେଇ ତିଆରି କରାଯାଇଛି। କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଟିକା କେତେ ନିରାପଦ ତାହା ସମୟ କହିବ। ଏହି ଭାକ୍‌ସିନରେ ସଂପୂର୍ଣ୍ଣ ଭୂତାଣୁ ବଦଳରେ ଏହାର କଣ୍ଟାରେ ଥିବା ପ୍ରୋଟିନକୁ ଆଣ୍ଟିଜେନ ହିସାବରେ ବ୍ୟବହାର ହୁଏ। ଏହା ଜୀବକୋଷ ଭିତରେ ପ୍ରବେଶ କଲାପରେ ସେଥିରେ ଥିବା ‘ରାଇବୋଜୋମ’ ସ୍ପାଇକ(କଣ୍ଟା) ପ୍ରୋଟିନ ତିଆରି କରେ। ବର୍ତ୍ତମାନ ଇଂଲଣ୍ଡ, ଇଟାଲି ଓ ଅଷ୍ଟ୍ରେଲିଆ ଇତ୍ୟାଦି ଦେଶଗୁଡ଼ିକରେ ସାରସ-କୋଭିଡ୍‌-୨ ଭୂତାଣୁର ଦ୍ୱିତୀୟ ଲହର ଅତି ସଂକ୍ରାମକ ରୂପେ ଦେଖା ଦେଲାଣି। ଭୂତାଣୁର ଆର.ଏନ.ଏ.ର ବିବର୍ତ୍ତନ ଘଟିଛି। ଜେନେଟିକ କୋଓର ପରିବର୍ତ୍ତନ ହୋଇଛି। ତେଣୁ ବର୍ତ୍ତମାନର ଟିକା ବିବର୍ତ୍ତନ ଭୂତାଣୁ ମାରିବାରେ କେତେ ସଫଳ ହୋଇପାରିବ ତାହା ପ୍ରଶ୍ନବାଚୀ? ଭାରତରେ ‘ଭାରତ ବାୟୋଟେକ’ ଦ୍ୱାରା ପ୍ରସ୍ତୁତ ଟିକା ନିଷ୍କ୍ରିୟ ଭୂତାଣୁକୁ ନେଇ ତିଆରି ହେଉଥିବାରୁ ସଫଳ ପ୍ରତିପିଣ୍ଡ ସୃଷ୍ଟି କରିବା ପ୍ରମାଣ ନିର୍ଣ୍ଣୟ ହେବା ଆବଶ୍ୟକ। ଟିକା ପ୍ରସ୍ତୁତି ସତର୍କତା ଓ ସଂଶୟହୀନ ହେବା ଉଚିତ।
ଏହାପୂର୍ବରୁ ୨୦୦୨ରେ ‘ସାରସ’ ସଂକ୍ରମଣରେ ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ। ୨୦୧୨ ମସିହାରେ ଏହି କରୋନା ଭୂତାଣୁ ‘ମରସ-କୋଭିଡ୍‌’ ନାମରେ ଆବିର୍ଭୂତ ହୋଇ ତିନି ହଜାର ବ୍ୟକ୍ତିଙ୍କୁ ଅତି ମାରାମତ୍କ ଭାବରେ ସଂକ୍ରମଣ କଲା ଏବଂ କାଳକ୍ରମେ ଆପେ ଦୂର ହୋଇଗଲା। ଡିସେମ୍ବର ୧୯ରେ ‘ସାରସ କୋଭିଡ୍‌-୨’ କୋଭିଡ୍‌-୧୯ ନାମରେ ଆବିର୍ଭୂତ ହେଲା। ଏହି ଗୋଲ ଭୂତାଣୁର ଚାରିପଟେ କଣ୍ଟା ଦେଖିବାକୁ ମିଳିଲା। ଚାରିମାସ ମଧ୍ୟରେ ୧୪ଟି ଔଷଧ କମ୍ପାନୀ ସଫଳ ଟିକା ଉଦ୍ଭାବନ କରିଛନ୍ତି ବୋଲି ଦାବି କରୁଛନ୍ତି। ନିରାପତ୍ତା ଅଙ୍କୁଶରୁ ମୁକ୍ତ ହୋଇ ସେମାନଙ୍କର ପ୍ରସ୍ତୁତ ଟିକା ବଜାରରେ ଉପଲବ୍ଧ କରାଇବାକୁ ବ୍ୟଗ୍ର। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ବିଭିନ୍ନ ଦେଶର ଔଷଧ ନିୟନ୍ତ୍ରଣ ସଂସ୍ଥାର କଠୋର ନିୟମକୁ ଲଂଘନ କରୁଛନ୍ତି।
ଗୋଟିଏ ଆଦର୍ଶ କୋଭିଡ୍‌ ଟିକାର ୩ଟି ଗୁଣ ରହିବା ଉଚିତ। ତାହା ହେଉଛି ଭୂତାଣୁ ରୋଗ ଦୂର କରିବା, ସଂକ୍ରମଣକୁ ପ୍ରତିରୋଧ କରିବା ଏବଂ ରୋଗ ସଞ୍ଚାରଣ ନ କରିବା। ବୟସ୍କମାନଙ୍କ ଟିକାକରଣ ଭାରତରେ ପୂର୍ବରୁ ହୋଇନାହିଁ। ଟିକା ନିରାପତ୍ତା ବିଷୟରେ ଅନେକ କଳ୍ପନା ସୃଷ୍ଟି ହୋଇଛି। ଠିକ୍‌ ତଥ୍ୟ ଜନସାଧାରଣ ଜାଣନ୍ତି ନାହିଁ। ବିଯୁକ୍ତ ୭୦ ଡିଗ୍ରୀ ଉତ୍ତାପରେ ଟିକା ଗ୍ରାମାଞ୍ଚଳକୁ ପରିବହନ କରିବା ଅସମ୍ଭବ। ବହୁ ନିମ୍ନ ଉତ୍ତାପରେ ସଂରକ୍ଷଣ ବଡ଼ ସମସ୍ୟା। ସେଥିପାଇଁ ଫାଇଜର କମ୍ପାନୀ ଦ୍ୱାରା ପାଉଡର ଭାକସିନ ପ୍ରୟାସ ଜାରି ରହିଛି। ଶୁଖିଲା ବରଫରେ ଟିକାକୁ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇ ପାରିବ। ଏହା କାର୍ବନ ଡାଇଅକ୍ସାଇଡରୁ ତିଆରି। ତେଣୁ ନିରାପଦ ନୁହେଁ। ପ୍ରଥମ ଟିକା ଦେବାର ୪ ସପ୍ତାହରେ ଦ୍ୱିତୀୟ ଟିକା ଦିଆଯିବ। ଏହାର ପରିଚାଳନା ସହଜ ନୁହେଁ। କୋଭିଡ୍‌-୧୯ ଟିକା ନୂତନ ବର୍ଷରେ ମନୁଷ୍ୟର ରକ୍ଷା କବଚ ହେଉ।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri