କୋଭିଡ୍‌-୧୯ ଟିକା

ଦୁଃଖଦ ୨୦୨୦ ବିଦାୟ ନେଇଛି। ଏହା ଗୋଟିଏ ଦୁର୍ବିପାକ ଓ ଦୁର୍ଭାଗ୍ୟ ବର୍ଷ ଥିଲା। ବିଶ୍ୱରେ ୬୪ ନିୟୁତ ଲୋକ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି ଓ ୧୦୪ ନିୟୁତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକ ବିଶ୍ୱବାସୀ ଜୀବିକା ହରାଇଛନ୍ତି। ଅନ୍ୟପକ୍ଷରେ ବୈଜ୍ଞାନିକଙ୍କର ଉନ୍ନତ ଗବେଷଣାରୁ କୋଭିଡ୍‌-୧୯ ଟିକା(ଭାକ୍‌ସିନ) ଉପଲବ୍ଧ ହୋଇଛି। ଟିକା ନେବା ଫଳରେ ଶରୀରରେ ଦୁଇ ସପ୍ତାହ ମଧ୍ୟରେ ଆଣ୍ଟିବଡ଼ି(ପ୍ରତିପିଣ୍ଡ) ତିଆରି ହୁଏ। ଏହା ହେଉଛି ଆଇ.ଡି.ଜି। ଏହି ପ୍ରତିପିଣ୍ଡ ଛଅରୁ ଆଠ ମାସ ପର୍ଯ୍ୟନ୍ତ ରୋଗ ପ୍ରତିରୋଧ କରେ। ଏହି ସମୟ ମଧ୍ୟରେ ଭୂତାଣୁ ଫୁସଫୁସରେ ପ୍ରବେଶ କଲେ ପ୍ରତିପିଣ୍ଡ ଭୂତାଣୁର କଣ୍ଟାରେ ଥିବା ପ୍ରୋଟିନ ସହିତ ସଂଲଗ୍ନ ହୋଇ ଭୂତାଣୁକୁ ନଷ୍ଟ କରିଦିଏ। ଆଶା ଓ ବିଶ୍ୱାସ ଏହା ସାର୍ବଦେଶିକ ରୋଗ ସଂକ୍ରମଣରୁ ବିଶ୍ୱବାସୀଙ୍କ ଜୀବନ ରକ୍ଷା କରିବ। ନିକଟରେ ଭାରତରେ କରୋନା ମୁକାବିଲା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇଏମସିଆର)ର ମିଳିତ ପ୍ରଚେଷ୍ଟାରେ ପ୍ରଥମ ସ୍ବଦେଶୀ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ କରାଯାଇଛି ଏବଂ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାସହ ଭାରତରେ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକାର କୋଭିଡ୍‌ ଟିକା ‘କୋଭିସିଲଡ୍‌’କୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ‘ଡିସିଜିଆଇ’ ମଞ୍ଜୁରୀ ଦେଇଛି। ଭାକ୍‌ସିନ ତିଆରି ପାଇଁ ୪-୫ ବର୍ଷ ସମୟ ଲାଗେ। ‘କୋଭିଡ୍‌-୧୯’ର ଭୟାବହତା ପାଇଁ ଆମେରିକା, ଇଂଲଣ୍ଡ, ଜର୍ମାନ, ରୁଷ, ଚାଇନା ଓ ଭାରତ ପ୍ରଭୃତି ଦେଶଗୁଡ଼ିକ ଅତିଶୀଘ୍ର ଟିକା ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ିଲେ। ୪-୫ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ କରିବାକୁ ପଡ଼ିଲା। କିନ୍ତୁ ଗବେଷଣା ଜୀବବିଜ୍ଞାନ ସମ୍ବନ୍ଧୀୟ ହୋଇଥିବାରୁ ସମୟକୁ ସଙ୍କୁଚିତ କରାଯାଇ ପାରିବ ନାହିଁ। ଏହା ହେଲେ ଟିକା ତ୍ରୁଟିହୀନ ହେବା ସମ୍ଭବ ନୁହେଁ। ଭାକ୍‌ସିନ ବା ପ୍ରତିଷେଧକ ଟିକା ବାହାରୁ ଶରୀର ମଧ୍ୟରେ ପ୍ରବେଶ କରୁଥିବା ଭୂତାଣୁକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଦୁର୍ବଳ କିମ୍ବା ନିଷ୍କ୍ରିୟ ଭୂତାଣୁକୁ ମଣିଷକୁ ଇଂଜେକ୍ସନ ଆକାରରେ ଦିଆଯାଏ। ଦୁଇ ସପ୍ତାହ ବେଳକୁ ଆଣ୍ଟିବଡ଼ି ତିଆରି ହୋଇଯାଏ। ଭବିଷ୍ୟତରେ ଉକ୍ତ ଭୂତାଣୁ ଶରୀରରେ ପ୍ରବେଶ କଲେ ପ୍ରତିଷେଧକ ବ୍ୟବସ୍ଥା ଜାଗ୍ରତ ହୋଇ ତାହାକୁ ମାରିଦିଏ। କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ହୋଇଥିବା ଏମ.ଆର.ଏନ.ଏ. ଭାକ୍‌ସିନ ନୂତନ ଜେନେରେସନ ପଦ୍ଧତିକୁ ନେଇ ତିଆରି କରାଯାଇଛି। କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଟିକା କେତେ ନିରାପଦ ତାହା ସମୟ କହିବ। ଏହି ଭାକ୍‌ସିନରେ ସଂପୂର୍ଣ୍ଣ ଭୂତାଣୁ ବଦଳରେ ଏହାର କଣ୍ଟାରେ ଥିବା ପ୍ରୋଟିନକୁ ଆଣ୍ଟିଜେନ ହିସାବରେ ବ୍ୟବହାର ହୁଏ। ଏହା ଜୀବକୋଷ ଭିତରେ ପ୍ରବେଶ କଲାପରେ ସେଥିରେ ଥିବା ‘ରାଇବୋଜୋମ’ ସ୍ପାଇକ(କଣ୍ଟା) ପ୍ରୋଟିନ ତିଆରି କରେ। ବର୍ତ୍ତମାନ ଇଂଲଣ୍ଡ, ଇଟାଲି ଓ ଅଷ୍ଟ୍ରେଲିଆ ଇତ୍ୟାଦି ଦେଶଗୁଡ଼ିକରେ ସାରସ-କୋଭିଡ୍‌-୨ ଭୂତାଣୁର ଦ୍ୱିତୀୟ ଲହର ଅତି ସଂକ୍ରାମକ ରୂପେ ଦେଖା ଦେଲାଣି। ଭୂତାଣୁର ଆର.ଏନ.ଏ.ର ବିବର୍ତ୍ତନ ଘଟିଛି। ଜେନେଟିକ କୋଓର ପରିବର୍ତ୍ତନ ହୋଇଛି। ତେଣୁ ବର୍ତ୍ତମାନର ଟିକା ବିବର୍ତ୍ତନ ଭୂତାଣୁ ମାରିବାରେ କେତେ ସଫଳ ହୋଇପାରିବ ତାହା ପ୍ରଶ୍ନବାଚୀ? ଭାରତରେ ‘ଭାରତ ବାୟୋଟେକ’ ଦ୍ୱାରା ପ୍ରସ୍ତୁତ ଟିକା ନିଷ୍କ୍ରିୟ ଭୂତାଣୁକୁ ନେଇ ତିଆରି ହେଉଥିବାରୁ ସଫଳ ପ୍ରତିପିଣ୍ଡ ସୃଷ୍ଟି କରିବା ପ୍ରମାଣ ନିର୍ଣ୍ଣୟ ହେବା ଆବଶ୍ୟକ। ଟିକା ପ୍ରସ୍ତୁତି ସତର୍କତା ଓ ସଂଶୟହୀନ ହେବା ଉଚିତ।
ଏହାପୂର୍ବରୁ ୨୦୦୨ରେ ‘ସାରସ’ ସଂକ୍ରମଣରେ ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ। ୨୦୧୨ ମସିହାରେ ଏହି କରୋନା ଭୂତାଣୁ ‘ମରସ-କୋଭିଡ୍‌’ ନାମରେ ଆବିର୍ଭୂତ ହୋଇ ତିନି ହଜାର ବ୍ୟକ୍ତିଙ୍କୁ ଅତି ମାରାମତ୍କ ଭାବରେ ସଂକ୍ରମଣ କଲା ଏବଂ କାଳକ୍ରମେ ଆପେ ଦୂର ହୋଇଗଲା। ଡିସେମ୍ବର ୧୯ରେ ‘ସାରସ କୋଭିଡ୍‌-୨’ କୋଭିଡ୍‌-୧୯ ନାମରେ ଆବିର୍ଭୂତ ହେଲା। ଏହି ଗୋଲ ଭୂତାଣୁର ଚାରିପଟେ କଣ୍ଟା ଦେଖିବାକୁ ମିଳିଲା। ଚାରିମାସ ମଧ୍ୟରେ ୧୪ଟି ଔଷଧ କମ୍ପାନୀ ସଫଳ ଟିକା ଉଦ୍ଭାବନ କରିଛନ୍ତି ବୋଲି ଦାବି କରୁଛନ୍ତି। ନିରାପତ୍ତା ଅଙ୍କୁଶରୁ ମୁକ୍ତ ହୋଇ ସେମାନଙ୍କର ପ୍ରସ୍ତୁତ ଟିକା ବଜାରରେ ଉପଲବ୍ଧ କରାଇବାକୁ ବ୍ୟଗ୍ର। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ବିଭିନ୍ନ ଦେଶର ଔଷଧ ନିୟନ୍ତ୍ରଣ ସଂସ୍ଥାର କଠୋର ନିୟମକୁ ଲଂଘନ କରୁଛନ୍ତି।
ଗୋଟିଏ ଆଦର୍ଶ କୋଭିଡ୍‌ ଟିକାର ୩ଟି ଗୁଣ ରହିବା ଉଚିତ। ତାହା ହେଉଛି ଭୂତାଣୁ ରୋଗ ଦୂର କରିବା, ସଂକ୍ରମଣକୁ ପ୍ରତିରୋଧ କରିବା ଏବଂ ରୋଗ ସଞ୍ଚାରଣ ନ କରିବା। ବୟସ୍କମାନଙ୍କ ଟିକାକରଣ ଭାରତରେ ପୂର୍ବରୁ ହୋଇନାହିଁ। ଟିକା ନିରାପତ୍ତା ବିଷୟରେ ଅନେକ କଳ୍ପନା ସୃଷ୍ଟି ହୋଇଛି। ଠିକ୍‌ ତଥ୍ୟ ଜନସାଧାରଣ ଜାଣନ୍ତି ନାହିଁ। ବିଯୁକ୍ତ ୭୦ ଡିଗ୍ରୀ ଉତ୍ତାପରେ ଟିକା ଗ୍ରାମାଞ୍ଚଳକୁ ପରିବହନ କରିବା ଅସମ୍ଭବ। ବହୁ ନିମ୍ନ ଉତ୍ତାପରେ ସଂରକ୍ଷଣ ବଡ଼ ସମସ୍ୟା। ସେଥିପାଇଁ ଫାଇଜର କମ୍ପାନୀ ଦ୍ୱାରା ପାଉଡର ଭାକସିନ ପ୍ରୟାସ ଜାରି ରହିଛି। ଶୁଖିଲା ବରଫରେ ଟିକାକୁ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇ ପାରିବ। ଏହା କାର୍ବନ ଡାଇଅକ୍ସାଇଡରୁ ତିଆରି। ତେଣୁ ନିରାପଦ ନୁହେଁ। ପ୍ରଥମ ଟିକା ଦେବାର ୪ ସପ୍ତାହରେ ଦ୍ୱିତୀୟ ଟିକା ଦିଆଯିବ। ଏହାର ପରିଚାଳନା ସହଜ ନୁହେଁ। କୋଭିଡ୍‌-୧୯ ଟିକା ନୂତନ ବର୍ଷରେ ମନୁଷ୍ୟର ରକ୍ଷା କବଚ ହେଉ।

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri