୧୭ ଜିଲାରେ କରୋନା: ଚିହ୍ନଟ ହେଲେ ୧୫୫ ସଂକ୍ରମିତ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୪ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୭୫୭କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

୧୭ ଜିଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୯, କଟକରୁ ୧୬, ସୁନ୍ଦରଗଡ଼ରୁ ୧୨, ପୁରୀରୁ ୯, ବାଲେଶ୍ବରରୁ ୮, ଭଦ୍ରକ ଓ ଜଗତସିଂହପୁରରୁ ୪ ଲେଖାଏଁ, ବରଗଡ଼ ଓ ସମ୍ବଲପୁର ଜିଲାରୁ ୩ ଜଣ ଲେଖାଏ, ନୟାଗଡ଼ ଓ ସୋନପୁର ଜିଲାରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲ୍‌ରୁ ୧୭ ସଂକ୍ରମିତ ରହିଛନ୍ତି। ଏବେ ରାଜ୍ୟରେ ୭୨୯ ଆକ୍ଟିଭ କେସ୍‌ ରହିଥିବା ବେଳେ ୧୨,୭୯,୮୪୯ ଜଣ ସୁସ୍ଥ ହୋଇଛନ୍ତି ।